www.samajalive.in
Sunday, December 7, 2025
14.1 C
Bhubaneswar

ଅଜଣା ଗଡ଼ି ଧକ୍କାରେ ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲା ଜରାପଡ଼ା ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥ ନିକଟରେ ସୋମବାର ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ନୀଳମଣି ବେହେରା । ଏଥିରେ ଉକ୍ତ ବ୍ୟକ୍ତିଙ୍କର ପତ୍ନୀ ଓ ଝିଅ ଗୁରୁତର ହୋଇଥିବାର ଜଣା ପଡ଼ିଛି । ଉଭୟଙ୍କୁ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଅନୁଗୁଳ ଜିଲାରେ ଥିବା ଜିନ୍ଦଲ କାରଖାନାରେ କାର୍ଯ୍ୟ କରୁଥିବା ନୀଳମଣି ବେହେରା, ତାଙ୍କ ପତ୍ନୀ ବିଳାସିନୀ ଏବଂ ପୁଅ, ଝିଅଙ୍କୁ ସାଙ୍ଗରେ ଧରି ନିଜର ବାଇକ୍ ଯୋଗେ ରେଢାଖୋଲରେ ଥିବା ଗାଁକୁ ଯାଉଥିଲେ। ହେଲେ ସକାଳ ସମୟରେ ଜରପଡ଼ା ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ନୀଳମଣି ବେହେରାଙ୍କର ମୃତ୍ୟୁ ହୋଇଥିଲା ବେଳେ  ପତ୍ନୀ ବିଳାସିନୀ ଓ ଝିଅ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଜରପଡ଼ା ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ପହଞ୍ଚି ଉଭୟ ବିଳାସିନୀ ଏବଂ ତାଙ୍କ ଝିଅଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories