www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୧କୁ ବୃଦ୍ଧି – ସାରା ଦେଶରେ ଲକଡାଉନ୍ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାର ତିରିଶଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଲକଡାଉନ୍ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୭୫ଟି ନୂଆ ସଂକ୍ରମଣ ଚିହ୍ନଟ ସହ ମୋଟ ୪୭୧ ଜଣ ଲୋକ ଏହି ସଂକ୍ରମଣ ଶିକାର ହୋଇଥିବା ଜଣାପଡିଛି। ଇତି ମଧ୍ୟରେ ପଶ୍ଚିମବଙ୍ଗରେ ଜଣେ ଓ ହିମାଚଳ ପ୍ରଦେଶରେ ଅନ୍ୟ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସମସ୍ତ ପ୍ରମୁଖ ରାଜ୍ୟରେ ଏହି ଭୁତାଣୁ ସଂକ୍ରମଣ ଚିହ୍ନଟ ହୋଇଥିବାରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସମସ୍ତ ଘରୋଇ ବିମାନ ଉଡାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି।

ବାହାର ରାଜ୍ୟରୁ ହଜାର ହଜାର ଲୋକ ଘର ମୁହାଁ ହେଉଥିବା ବେଳେ ପଞ୍ଜାବ ସରକାର ସାରା ରାଜ୍ୟରେ କର୍ଫ୍ୟୁ ଘୋଷଣା କରିଛନ୍ତି। ସର୍ବାଧିକ କୋଭିଡ-୧୯ ମାମଲା ଚିହ୍ନଟ ହୋଇଥିବା ମହାରାଷ୍ଟ୍ରରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି। କୋଲକାତାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଜଣେ ୫୭ ବର୍ଷୀୟ ବୃଦ୍ଧଙ୍କ କୌଣସି ବିଦେଶ ଯାତ୍ରା ଇତିହାସ ନ ଥିବାରୁ, ଏହି ଭୂତାଣୁ ସଂକ୍ରମଣର ଶୃଙ୍ଖଳାକୁ ନେଇ ଉଦବେଗ ପ୍ରକାଶ ପାଇଛି।

- Advertisement -

୩୦ଟି ରାଜ୍ୟର ୫୪୮ଟି ଜିଲ୍ଲାକୁ ସଂପୂର୍ଣ୍ଣ ଲକ୍ ଡାଉନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଓଡିଶାରେ ଆଂଶିକ ପ୍ରତିବନ୍ଧକ ଘୋଷଣା କରାଯାଇଛି। ଏଥିରେ କୋଭିଡ-୧୯ ସଂକ୍ରମଣ ଘଟଣା ଥିବା ୮୦ଟି ଜିଲ୍ଲାକୁ ରଖାଯାଇଛି ଅନ୍ତର୍ଭୁକ୍ତ। ତେବେ ଏ ଯାଏଁ ମିଜୋରାମ ଏବଂ ସିକ୍କିମରେ କୌଣସି ସଂକ୍ରମଣ ହୋଇନଥିବା ଜଣାପଡିଛି। ଦେଶରେ ଆଜି ୭୫ଟି ନୂତନ ସଂକ୍ରମିତ ରୋଗୀ ପଞ୍ଜିକୃତ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭୧ରେ ପହଂଚିଛି। ସେଠି ମଧ୍ୟରୁ ୪୧ ଜଣ ବିଦେଶୀ ନାଗରିକ ଥିବାବେଳେ ଏବଂ ୯ ଜଣଙ୍କର ମୃତ୍ୟୁ ଘଟିଛି। ଗୁଜୁରାଟ, ବିହାର, କର୍ଣ୍ଣାଟକ, ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories