www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୦ ଅଲମ୍ପିକ୍ସ ସ୍ଥଗିତ ରଖିବା ପାଇଁ ନିବେଦନ

ସମାଜ ପୋର୍ଟାଲ ଡେସ୍କ: କାନାଡାର ଅଲମ୍ପିକ୍‍ କ୍ରୀଡ଼ା କର୍ମକର୍ତ୍ତାମାନେ ଟୋକିଓ ଅଲିମ୍ପିକ୍‍ସ କ୍ରୀଡ଼ା ସ୍ଥଗିତ ରଖିବା ପାଇଁ ନିବେଦନ କରିଛନ୍ତି। କରୋନା ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିଥିବା ଦୃଷ୍ଟିରୁ କାନାଡା ଏହାର କୌଣସି ଟିମ୍‍କୁ ୨୦୨୦ ଅଲମ୍ପିକ୍ସକୁପଠାଇବ ନାହିଁ ବୋଲି କହିଛି। କାନାଡା ଅଲମ୍ପିକ୍‍ କମିଟି ଏକ ବିବୃତିରେ କହିଛି କାନାଡା ଅଲମ୍ପିକ୍‍ କମିଟି ଓ କାନାଡା ଭିନ୍ନକ୍ଷମ ଅଲମ୍ପିକ୍‍ କମିଟି ପ୍ରତି ସେମାନଙ୍କର ସମସ୍ତ କ୍ରୀଡ଼ା କମିଶନ, ଜାତୀୟ କ୍ରୀଡ଼ା ସଂଗଠନ ଓ କାନାଡା ସରକାରଙ୍କର ପୂର୍ଣ୍ଣ ସମର୍ଥନ ରହିଛି। ୨୦୨୦ ଅଲମ୍ପିକ୍‍ସକୁ ନିଜର କୌଣସି ଟିମ୍‍ ନ ପଠାଇବା ପାଇଁ କାନାଡାକୁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି କମିଟି ପକ୍ଷରୁ କୁହାଯାଇଛି।

ଆସନ୍ତା ଜୁଲାଇ ୨୪ରୁ ଆରମ୍ଭ ହେଉଥିବା ଏହି ଅଲମ୍ପିକ୍‍ କ୍ରୀଡ଼ାକୁ ସ୍ଥଗିତ ରଖିବା ପାଇଁ କାନାଡା ଅଲମ୍ପିକ୍‍ କମିଟି ପକ୍ଷରୁ ଆନ୍ତର୍ଜାତିକ ଅଲମ୍ପିକ୍‍ କମିଟିକୁ ନିବେଦନ କରାଯାଇଛି। ଇଟାଲୀରେ କୋଭିଡ-ନାଇଣ୍ଟିନ୍‍ ଜନିତ ମୃତ୍ୟୁସଂଖ୍ୟା ୧୪ ହଜାର ୪୦୦କୁ ଅତିକ୍ରମ କରିଯାଇଥିବା ଦୃଷ୍ଟିରୁ କ୍ରୀଡ଼ାବିତ୍‍ମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କାନାଡା ଏହାର କୌଣସି କ୍ରୀଡ଼ା ଟିମ୍‍କୁ ଅଲମ୍ପିକ୍‍ସ କ୍ରୀଡ଼ାକୁ ନ ପଠାଇବା ପାଇଁ କମିଟି ଉପରେ ପ୍ରବଳ ଚାପ ପକାଯାଉଛି। ଆନ୍ତର୍ଜାତିକ ଅଲମ୍ପିକ୍‍ କମିଟି ସଭାପତି ଥୋମାସ ବାଚ୍‍ କହିଛନ୍ତି ଆସନ୍ତା କିଛିସପ୍ତାହ ମଧ୍ୟରେ ଅଲମ୍ପିକ କ୍ରୀଡ଼ା ସଂକ୍ରାନ୍ତରେ ଏକ ନିଷ୍ପତ୍ତି ନିଆଯିବ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories