www.samajalive.in
Sunday, December 7, 2025
14.1 C
Bhubaneswar

ଆସନ୍ତା ୩୧ ପର୍ଯ୍ୟନ୍ତ ହାଇକୋର୍ଟରେ ତାଲିକାଭୁକ୍ତ ହେବନି ମାମଲା : ଲକ ଡାଉନ ଅଞ୍ଚଳ ହୋଇଥିଲେ ୧ ଘଣ୍ଟା , ହୋଇ ନ ଥିଲେ ୨ ଘଣ୍ଟା କୋର୍ଟ କାର୍ଯ୍ୟ

ଭୁବନେଶ୍ବର : କରୋନା ମୁକାବିଲା ନେଇ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଜି ଯେଉଁମାନଙ୍କର ଶୁଣାଣି ଥିଲେ ତାହାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକାଭୁକ୍ତ ହେବନାହିଁ । ଅତି ଗୁରୁତ୍ବ ପୂର୍ଣ୍ଣ ମାମଲା ହୋଇଥିଲେ ବିଚରା ବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ହ୍ବାଟସପ ଓ ଭିଡୁଓ କଲ ଜରିଆରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଇପାରିବେ ।  ଆବଶ୍ୟକ ଅନୁସାରେ ରୋଟେସନ ଭିତ୍ତିରେ ଷ୍ଟାଫ ନିୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ଲାଗୁହେବା ନେଇ ରେଜିଷ୍ଟ୍ରାର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ନିମ୍ନକୋର୍ଟ ପାଇଁ ହାଇକୋର୍ଟ ମଧ୍ୟ  ସର୍କୁଲାର ଜାରିକରିଛନ୍ତି ।  ଲକ ଡାଉନ ଘୋଷିତ ଜିଲା ଓ ପୌରାଞ୍ଚଳରେ କୋର୍ଟ ଦିନକୁ ଏକ ଘଣ୍ଟା ଲେଖାଏଁ ଖୋଲାଯିବ। ଲକଡାଉନ ଅଞ୍ଚଳରେ ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ କରାଯିବ ବୋଲି ସ୍ଥିର କରାଯାଇଛି। ବେଲ ଓ ରିମାଣ୍ଡ ପରି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରାଯିବ । କମ କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟ କରି ଅପରହ୍ନା ୧ଟାରେ କୋର୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅଞ୍ଚଳକୁ ଲକଡାଉନ ଘୋଷଣା କରାଯାଇ ନାହିଁ ସେହି ଅଞ୍ଚଳରେ କୋର୍ଟ କାର୍ଯ୍ୟ  ୨ ଘଣ୍ଟା ପର୍ଯ୍ୟନ୍ତ କରାଯିବ। । ଗୁରୁତ୍ବପୂର୍ଣ୍ଣ ଶୁଣାଣି ବେଳେ ଗହଳି ନ କରିବାକୁ ହାଇକୋର୍ଟ  ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories