www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଭାଇରସ୍ : ଅବହେଳା ପାଇଁ କନିକା କପୁରଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ : କରୋନା ଭାଇରସର ଶିକାର ହୋଇଥିବା ବଲିଉଡ଼ର ଲୋକପ୍ରିୟ ଗାୟିକା କନିକା କପୁରଙ୍କ ନାମରେ ମାମଲା ରୁଜୁ ହୋଇଛି। ଲକ୍ଷ୍ନୌରେ ଏହି ଗାୟିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏନେଇ ପିଟିଆଇ ଟ୍ବିଟ୍ କରି ସୂଚନା ଦେଇଛି। ପିଟିଆଇର ଟ୍ବିଟ୍ ଅନୁଯାୟୀ, ଲକ୍ଷ୍ନୌ ପୁଲିସ୍ ମୁଖ୍ୟ କହିଛନ୍ତି ଯେ, କରୋନା ଭାଇରସ ପଜିଟିଭ ଆସିଥିବା ଗାୟିକା କନିକା କପୁରଙ୍କର ଅବହେଳା ପାଇଁ ତାଙ୍କ ନାମରେ ମାମଲା ରୁଜୁ ହୋଇଛି।


ଗତକାଲି କନିକା କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରୋନା ଭାଇରସର ଶିକାର ହୋଇଥିବା ନେଇ ସୂଚନା ଦେଇଥିଲେ। ସେ ଲେଖିଥିଲେ, ’ସମସ୍ତଙ୍କୁ ନମସ୍କାର, ମୋତେ ଗତ ୪ ଦିନ ଧରି ଥଣ୍ଡା ହୋଇଥିଲା, ମୁଁ ପରୀକ୍ଷା କରିବା ପରେ କୋଭିଡ୍-୧୯ ପଜିଟିଭ୍ ଆସିଥିଲା। ବର୍ତ୍ତମାନ ମୁଁ ମୋର ପରିବାର ଠାରୁ ଅଲଗା ହୋଇ ରହିଛି ଏବଂ ଡାକ୍ତରୀ ପରାମର୍ଶ ଅନୁସରଣ କରୁଛି। ମୁଁ ଯେଉଁମାନଙ୍କ ସଂସ୍ପର୍ଷରେ ଆସିଛି ସେମାନଙ୍କ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।

- Advertisement -

ଉଲ୍ଲେଖ ଯୋଗ୍ୟ, ସେ ୧୫ ମାର୍ଚ୍ଚରେ ଲଣ୍ଡନରୁ ଲକ୍ଷ୍ନୌ ଫେରିଥିଲେ। ବିମାନବନ୍ଦରରେ ସେ ଯାଞ୍ଚ ନ କରାଇ ଗ୍ରାଉଣ୍ଡ ଷ୍ଟାଫ୍‍ଙ୍କ ସହ ମିଶି ଶୌଚାଳୟରେ ଲୁଚି ସେଠାରୁ ଫେରାର୍‍ ହୋଇଯାଇଥିଲେ। ରବିବାର କନିକା ଲକ୍ଷ୍ନୌର ଗେଲେଣ୍ଟ ଆପାର୍ଟମେଣ୍ଟରେ ଏକ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ଲକ୍ଷ୍ନୌର ଅନେକ ବଡ଼ ଅଧିକାରୀ ଓ ନେତା ସାମିଲ ହୋଇଥିଲେ। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‍ ଆସିବା ପରେ ସମ୍ପୂର୍ଣ୍ଣ ଆପାର୍ଟମେଣ୍ଟରେ ଆତଙ୍କ ଖେଳିଯାଇଥିଲା। ଏପରିକି ଏହି ଆପାର୍ଟମେଣ୍ଟରେ ରହୁଥିବା କିଛି ଲୋକ ଘର ଛାଡ଼ି ଅନ୍ୟ ସ୍ଥାନକୁ ପଳାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଆପାର୍ଟମେଣ୍ଟରେ ସେହି ପାର୍ଟିରେ ଉପସ୍ଥିତ ଥିବା ସମସ୍ତ ଲୋକ, ଚାକର, ରୋଷେୟା ପ୍ରମୁଖ ଏବେ ଖୁବ୍‍ ଭୟଭୀତ ଅଛନ୍ତି। କନିକାଙ୍କ ପୁରା ପରିବାର ଏହି ଆପାର୍ଟମେଣ୍ଟରେ ରୁହନ୍ତି ଏବଂ ଏବେ ତାଙ୍କ ପରିବାର ଲୋକଙ୍କୁ କ୍ୱାରେଣ୍ଟାଇନ୍‍(ସଙ୍ଗରୋଧ)ରେ ରଖାଯାଇଛି। ଏହା ମଧ୍ୟ ଖବର ମିଳିଛି ଯେ, କନିକା ଲକ୍ଷ୍ନୌର ତାଜ୍‍ ହୋଟେଲରେ ମଧ୍ୟ ରହିଥିଲେ।
କନିକା କପୁର ଭାରତରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ଇଂଲଣ୍ଡର ବାସିନ୍ଦା। ୧୯୯୭ରେ ଯେତେବେଳେ କନିକାଙ୍କୁ ୧୮ ବର୍ଷ ହୋଇଥିଲା, ସେ ଏନଆରଆଇ ବ୍ୟବସାୟୀ ରାଜ ଚାନ୍ଦୋକଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ମଧ୍ୟ ତିନୋଟି ସନ୍ତାନ ରହିଛି। କିନ୍ତୁ ୨୦୧୨ରେ ଉଭୟଙ୍କ ଛାଡପତ୍ର ହୋଇଥିଲା। କନିକା କପୁର ଚିଟ୍ଟିଆ କାଲାଇୟା (ରୟ), ଲଭଲି (ହାପି ନ୍ୟୁ ଇଅର), ଦେଶୀ ଲୁକ୍ (ଏକ୍ ପେହଲି ଲୀଲା), ଗର୍ଲଫ୍ରେଣ୍ଡ (ଦିଲୱାଲେ), ବେବି ଡ଼ଲ(ରାଗିଣି ଏମଏମଏସ୍-୨) ଭଳି ଗୀତ ଗାଇଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories