www.samajalive.in
Sunday, December 7, 2025
26.1 C
Bhubaneswar

ସମୁହ ସଂକ୍ରମଣ ଆଶଙ୍କା: ସରକାରଙ୍କ ପାଇଁ ସତର୍କ ଘଣ୍ଟି ବଜାଇଲେ ତାମିଲନାଡୁର ଯୁବକ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଏବେ ୨ୟ ଷ୍ଟେଜରେ ଥିବାବେଳେ ଏହା କିପରି ୩ୟ ପର୍ଯ୍ୟାୟ ଅର୍ଥାତ ସମୁହ ସଂକ୍ରମଣ ଦିଗକୁ ନ ବଢ଼େ ସେଥିଲାଗି କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଲୋକଙ୍କ ଅବହେଳା ସାରା ଦେଶବାସୀଙ୍କ ପାଇଁ କାଳ ସାଜିଛି। ଏହା ମଧ୍ୟରେ ତାମିଲନାଡୁର ଜଣେ ଯୁବକ ସମୁହ ସଂକ୍ରମଣର ଆଶଙ୍କା ସୃଷ୍ଟି କରିଛନ୍ତି, ଯାହା ସରକାରଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି।

ତାମିଲନାଡୁର ୨୦ ବର୍ଷୀୟ ଏହି ଯୁବକ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବୁଧବାର ଜଣାପଡ଼ିଛି। ତେବେ ଯୁବକ ଜଣକ ଟ୍ରେନ ଯୋଗେ ଦିଲ୍ଲୀରୁ ଚେନ୍ନାଇ ଆସିଥିଲେ। ଚେନ୍ନାଇରେ ପହଞ୍ଚିବା ପରେ ସେ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଟ୍ରେନରେ ଆସିବା ସମୟରେ ସେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। କିନ୍ତୁ କୌଣସି ଟ୍ରେନ ଯାତ୍ରୀଙ୍କଠାରୁ ସେ ସଂକ୍ରମିତ ହୋଇଛନ୍ତି କିମ୍ବା ତାଙ୍କଠାରୁ ଅନ୍ୟ କେହି ସଂକ୍ରମିତ ହୋଇଛନ୍ତି ତାହା ଜଣାପଡ଼ି ନ ଥିଲେ ହେଁ ଏହା ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଏହା ଭାରତରେ ସମୁହ ସଂକ୍ରମଣର ପ୍ରଥମ ମାମଲା କି ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ମହାମାରୀ ବିଭାଗ ମୁଖ୍ୟ ଡାକ୍ତର ଆର. ଆର. ଗଙ୍ଗାଖେଡକାର କହିଛନ୍ତି, ସମ୍ପୃକ୍ତ ଯୁବକଙ୍କ ଟ୍ରାଭେଲ ହିଷ୍ଟ୍ରି ବିଷୟରେ କୌଣସି ତଥ୍ୟ ଏବେସୁଦ୍ଧା ମିଳିନାହିଁ। ଟ୍ରେନରେ ସେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହାର ସନ୍ଧାନ ଲଗାଇବା ସରଳ ପ୍ରକ୍ରିୟା ନୁହେଁ। ଏହି ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯିବା ଦରକାର।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories