www.samajalive.in
Sunday, December 7, 2025
26.1 C
Bhubaneswar

ସଂକ୍ରମିତ ଦେଶରୁ ଗଞ୍ଜାମକୁ ଫେରିଛନ୍ତି ୯୯ ଜଣ

ବ୍ରହ୍ମପୁର  : ବିଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ପରେ ଗଞ୍ଜାମକୁ ଫେରିଛନ୍ତି ୯୯ ଜଣ। ଏହି ବ୍ୟକ୍ତିମାନେ ଚୀନ୍‍ ସମେତ ବିଭିନ୍ନ ଦେଶରୁ ଫେରିଛନ୍ତି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ୯୯ ଜଣଙ୍କ ମଧ୍ୟରୁ ଜିଲା ପ୍ରଶାସନ ପାଖରେ ୬୨ ଜଣଙ୍କ ସମସ୍ତ ପ୍ରକାର ସୂଚନା ରହିଛି। ୩୫ ଜଣଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ୫ ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ତେବେ ବାହାର ଦେଶରୁ ଫେରିଥିବା ୧୪ ଜଣ ବ୍ୟକ୍ତିଙ୍କ ଠିକଣା ମିଳିପାରିନଥିବା ଜଣାପଡ଼ିଛି।

ବ୍ରହ୍ମପୁର ମହାନଗରରେ ରହୁଥିବା ୫ ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ବେଳେ ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବା କୁହାଯାଇଛି। ଜିଲାର ୮ ଜଣ ବାଙ୍ଗାଲୁରୁ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଇଣ୍ଡୋନେସିଆରୁ ଆସିଛନ୍ତି। ସୋମନଙ୍କ ମଧ୍ୟରୁ ୬ ଜଣ ବିଏମସି ଅଧିନରେ ବାସ କରୁଥିବା ବେଳେ ଜଣେ ଭଞ୍ଜନଗର ଓ ଆଉ ଜଣେ ଦିଗପହଣ୍ଡିରେ ରହୁଛନ୍ତି। ସେହିପରି ହୋମ କ୍ବାରେଣ୍ଟାଇନରେ ରହିଥିବା ୩୫ ଜଣଙ୍କ ମଧ୍ୟରୁ ବ୍ରହ୍ମପୁରର ୧୯ ଜଣ, ଖଲ୍ଲିକୋଟର ୬ ଜଣ, ପାତ୍ରପୁରର ୨ ଜଣ, ହିଞ୍ଜିଳିକାଟୁର ୨ ଜଣ, ଗଞ୍ଜାମର ୨ ଜଣ, ରଙ୍ଗେଇଲୁଣ୍ଡାର ଜଣେ, କବିସୂର୍ଯ୍ୟନଗରର ଜଣେ, ଶେରଗଡର ଜଣେ ଓ ଚିକିଟିର ଜଣେ ବୋଲି ସୂଚନା ଦିଆଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories