www.samajalive.in
Tuesday, December 9, 2025
17.1 C
Bhubaneswar

ଝଡ ତୋଫାନରେ ଘର ଭାଙ୍ଗିଲା : ବେସାହାରା ପରିବାର

ଲାଞ୍ଜିଗଡ଼ : ଗତକାଲି(ଗୁରୁବାର) ସନ୍ଧ୍ୟାରେ ଝଡ ତୋଫାନ ସହ କୁଆପଥର ବର୍ଷା ମାଡରେ ଲାଞ୍ଜିଗଡ ବ୍ଲକର ଧନଜୀବନ ନଷ୍ଟ ହୋଇଥିବା ବେଳେ ବ୍ଲକର ବିଭିନ୍ନ ଗାଁରେ ଅନେକ କ୍ଷୟକ୍ଷତି ଘଟିଛି । ଝଡ ତୋଫାନରେ ଜଣକ ଘର ଭାଙ୍ଗି ଦେଇଥିବା ବେଳେ ପରିବାର ଲୋକ ବର୍ତ୍ତମାନ ବେସାହାରା ଅବସ୍ଥାରେ ରହିଛନ୍ତି ।
ସୂଚନା ମୁତାବକ, ଚମ୍ପାଦେଇପୁର ଗାଁର ସୁଦର୍ଶନ ଦୋରାଙ୍କ ପରିବାର ସନ୍ଧ୍ୟା ସମୟରେ ଘରେ ଥିବା ବେଳେ ଝଡ ତୋଫାନ ସହ ଜୋରରେ ବର୍ଷା ହୋଇଥିଲା । ଏହି ଝଡ ତୋଫାନରେ ସୁଦର୍ଶନଙ୍କ ଘରର ଆଜବେଷ୍ଟସ୍ ଛାତ ଉଡାଇନେଇ ଚୁରମାର ହୋଇଯାଇଥିଲା । ଫଳରେ ବର୍ଷାପାଣିରେ ଘରେଥିବା ଧାନ, ଚାଉଳ ଆଦି ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ୩୦ମିନିଟର ଝଡ ତୋଫାନ ଏହି ପରିବାରକୁ ସମ୍ପୂର୍ଣ୍ଣ ବରବାଦ କରିଦେଇଛି । ବର୍ତ୍ତମାନ ପରିବାରର ୮ପ୍ରାଣୀ କୁଟୁମ୍ବ ବେସାହାରା ଅବସ୍ଥାରେ ପଡିରହିଛନ୍ତି। ସେମାନଙ୍କ ରହିବା ପାଇଁ ଘର ଖଣ୍ଡିଏ ମଧ୍ୟ ନାହିଁ । ପ୍ରଶାସନ ତରଫରୁ ଏହି ପରିବାରକୁ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏଣୁ ତଦନ୍ତ କରି ସହାୟତା ପ୍ରଦାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories