www.samajalive.in
Sunday, December 7, 2025
14.1 C
Bhubaneswar

୬ହଜାର ଏମ୍ଏଚ୍ ବ୍ୟାଟେରି ଓ ୪୮ଏମପି ଟ୍ରିପଲ କ୍ୟାମେରା ସହ ସାମସଙ୍ଗ ଗାଲାକ୍ସି ଏମ୍-୨୧ର ବଜାର ପ୍ରବେଶ

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନି ଭାରତରେ ତାର ସ୍ମାର୍ଟଫୋନ ଗାଲାକ୍ସି ଏମ୍-୨୧ର ବଜାର ପ୍ରବେଶ କରିଛି। ଏହି ଫୋନରେ ୬ହଜାର ଏମ୍ଏଚ୍ ବ୍ୟାଟେରି ଓ ୪୮ମେଗାପିକ୍ସେଲ ଟ୍ରିପଲ ରିଅର କ୍ୟାମେରା ଦିଆଯାଇଛି।
ଗାଲାକ୍ସି ଏମ୍-୨୧ର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ୍ ମଡ଼େଲର ମୂଲ୍ୟ ୧୨ହଜାର ୯୯୯ ଟଙ୍କା। ଏହାର ୬ ଜିବି ରାମ ମଡ଼େଲର ମୂଲ୍ୟ ବର୍ତ୍ତମାନ ସୁଦ୍ଧା କମ୍ପାନି ଦ୍ୱାରା ପ୍ରକାଶ କରାଯାଇ ନାହିଁ। ଏହି ସ୍ମାର୍ଟଫୋନ୍ ୨୩ ମାର୍ଚ୍ଚରୁ ବିକ୍ରି ହେବ। ଏହାକୁ ସାମସଙ୍ଗର ୱେବସାଇଟ୍ ସହିତ ଆମାଜନ ଇଣ୍ଡିଆର ୱେବସାଇଟରୁ କିଣି ପାରିବେ।
ସାମସଙ୍ଗ ଗାଲାକ୍ସି ଏମ୍-୨୧ରେ ୬.୪ଇଞ୍ଚର ଫୁଲ୍ ଏଚଡ଼ି ପ୍ଲସ୍ ଆମୋଲେଡ ଡିସପ୍ଲେ ରହିଛି ଏବଂ ଏଠାରେ କମ୍ପାନି ପକ୍ଷରୁ ଇନଫିନିଟି ୟୁ ପ୍ୟାନେଲ୍ ବ୍ୟବହାର କରାଯାଇଛି। ଏହି ସ୍ମାର୍ଟଫୋନ୍ ସାମସଙ୍ଗର ଇନହାଉସ୍ ପ୍ରୋସେସର୍ ଏକ୍ସିନସ୍ ୯୬୧ରେ ଚାଲିଥାଏ।
ଗାଲାକ୍ସି ଏମ୍-୨୧ରେ ଟ୍ରିପଲ୍ ରିଅର କ୍ୟାମେରା ରହିଛି। ଯେଉଁଥିରୁ ପ୍ରାଥମିକ କ୍ୟାମେରା ହେଉଛି ୪୮ମେଗାପିକ୍ସେଲ, ଦ୍ୱିତୀୟ ଲେନ୍ସ ୮ ମେଗାପିକ୍ସେଲ ହୋଇଥିବାବେଳେ ତୃତୀୟ ଲେନ୍ସଟି ୫ ମେଗାପିକ୍ସେଲର ରହିଛି। ଏହି ସ୍ମାର୍ଟଫୋନରେ ସେଲଫି ପାଇଁ ୨୦ ମେଗାପିକ୍ସେଲର ଫ୍ରଣ୍ଟ୍ କ୍ୟାମେରା ଦିଆଯାଇଛି।
ସେହିଭଳି ସାମସଙ୍ଗ ଗାଲାକ୍ସି ଏମ-୨୧ରେ ୬ହଜାର ଏମ୍ଏଚ୍ ବ୍ୟାଟେରି ରହିଛି। ଫୋନକୁ ନେଇ କମ୍ପାନି ଦାବି କରିଛି ଯେ, ଏହାର ବ୍ୟାଟେରିକୁ ଥରେ ଚାର୍ଜ କଲେ ଫୋନ୍ ଗୋଟିଏ ଦିନ ଓ ଗୋଟିଏ ରାତି ବ୍ୟାକଅପ୍ ଦେବ। ଫୋନ୍ ସହିତ ବାକ୍ସରେ ୧୫ୱାଟର ଫାଷ୍ଟ ଚାର୍ଜର ପ୍ରଦାନ କରାଯିବ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories