www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ପାଇଁ ମହିଳା ଚା’ ଦୋକାନୀ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

ବଡ଼ସାହି : ଚାରିଆଡ଼େ କୋରନାର ଭୟ। ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ଓ ଗଣମାଧ୍ୟମ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି। କାରଣ କୋରନାର ପ୍ରତିଷେଧକ ଔଷଧ ନ ଥିବା ବେଳେ ସଚେତନତା ହିଁ ଏହି ରୋଗକୁ ସଂକ୍ରମଣରୁ ରକ୍ଷା କରିପାରିବ। ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ବଜାରରେ ଜଣେ ମହିଳା ଚା’ ଦୋକାନୀ ଏବେ ସଚେତନତାର ବାର୍ତ୍ତା ବାଣ୍ଟି ପ୍ରଶଂସା ସାଉଁଟୁଛନ୍ତି। ଉକ୍ତ ମହିଳା ଜଣଙ୍କ ହେଉଛନ୍ତି ଶାନ୍ତିଲତା ବାରିକ, ବୟସ ୪୦ବର୍ଷ। ବାହା ହୋଇ ଆସିବାର ୨୦ବର୍ଷ ବୟସରୁ ଆତ୍ମ ନିର୍ଭରଶୀଳ। ମାଣତ୍ରୀ ବଜାରର ହସ୍ପିଟାଲ ରୋଡ଼ ପାର୍ଶ୍ବରେ ତାଙ୍କର ଦୋକାନ। ଅମାୟିକ ବ୍ୟବହାର ପାଇଁ ସକାଳ ସନ୍ଧ୍ୟାରେ ତାଙ୍କ ଦୋକାନରେ ଭିଡ଼ ଜମେ। କାଁ ଭାଁ ସଚେତନ ଲୋକଙ୍କୁ ଛାଡ଼ି ଦେଳେ ଗ୍ରାମାଞ୍ଚଳ ଦୋକାନ ପାଇଁ ପ୍ରାୟତଃ ଗ୍ରାହକ କାଚ ଗ୍ଲାସରେ ଚା’ ପିଇଥାନ୍ତି। ତେବେ କୋରନାର ଭୂତାଣୁ ସଂକ୍ରମଣ ପ୍ରକ୍ରିୟା ଜାଣିବା ପରେ ଶାନ୍ତିଲତା ଦୋକାନରେ କାଚ ଗ୍ଲାସ ବ୍ୟବହାରକୁ ବନ୍ଦ କରିଦେଇଛନ୍ତି। ଗ୍ଳାସ ଧୋଇବା ପରେ ପୁନଃବ୍ୟବହାର ହୋଇଥାଏ। ତେବେ କୌଣସି ସଂକ୍ରମିତ ବ୍ୟକ୍ତି ଗ୍ଳାସରେ ଚା’ ପିଇଲେ, ତାହା ବାକି ଗ୍ରାହକଙ୍କୁ ବ୍ୟାପିବା ଆଶଙ୍କା ଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହନ୍ତି। କାଚ ଗ୍ଲାସ ପ୍ରତି ବଦଳରେ କାଗଜ କପରେ ସେ ଚା’ ବିକ୍ରି କରୁଛନ୍ତି ଓ ତାହା ପାଇଁ ମଧ୍ୟ ହେଉଥିବା ଅତିରିକ୍ତ ଖର୍ଚ୍ଚ ସେ ନିଜେ ବହନ କରୁଥିବା କହିଛନ୍ତି। ଏହା ଦ୍ୱାରା ଗ୍ରାମାଞ୍ଚଳରେ ସେ ସଚେତନତା ବାର୍ତ୍ତା ବାଣ୍ଟି ଅନେକଙ୍କର ପ୍ରଶଂସା ସାଉଁଟୁଛନ୍ତି। ଗ୍ରାମାଞ୍ଚଳରେ କୋରନା ଭୂତାଣୁ ବ୍ୟାପିବାର ଦୋକାନରେ ବ୍ୟବହୃତ ଚା’ ଗ୍ଲାସ ଏକ ମାଧ୍ୟମ ହୋଇଥିବାରୁ ଶାନ୍ତିଲତାଙ୍କ ସଚେତନତା ବାର୍ତ୍ତା ପରି ସରକାର ସମସ୍ତଙ୍କୁ ସଚେତନ କରିବା ଜରୁରୀ ବୋଲି ମତ ପ୍ରକାଶ ପାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories