୨୫୧ ଟଙ୍କିଆ ସ୍ମାର୍ଟ ଫୋନ୍‍ର ଉଦ୍ୟୋକ୍ତା ଗିରଫ

0

ନୂଆଦିଲ୍ଲୀ: ମାତ୍ର ୨୫୧ ଟଙ୍କାରେ ସ୍ମାର୍ଟ ଫୋନ୍‍ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିବା ଉଦ୍ୟୋକ୍ତା ମୋହିତ ଗୋଏଲ୍‍ଙ୍କୁ ପୁଲିସ ଗିରଫ କରିଛି। ତେବେ ମୋବାଇଲ୍‍ ଫୋନ୍‍ ପାଇଁ ନୁହେଁ ବରଂ ଏକ ନିର୍ଯାତନା ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଅଭିଯୋଗରେ ପୁଲିସ୍‍ ଗୋଏଲ୍‍ଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
୨୦୧୬ରେ ‘ରିଙ୍ଗିଙ୍ଗ୍‍ ବେଲ୍‍ସ୍‍’ ନାମକ ଏକ ସଂସ୍ଥାର ଉଦ୍ୟୋକ୍ତା ମୋହିତ ଗୋଏଲ୍‍ ୨୫୧ ଟଙ୍କାରେ ସ୍ମାର୍ଟ ମୋବାଇଲ୍‍ ଫୋନ୍‍ ଯୋଗାଇ ଦେବେ ବୋଲି ଘୋଷଣା କରିବା ପରେ ଦେଶ ବିଦେଶରେ ଅଭୂତପୂର୍ବ ଉତ୍ସାହ ଦେଖାଦେଇଥିଲା। କିନ୍ତୁ ଏତେ କମ୍‍ ଦାମ୍‍ରେ ସ୍ମାର୍ଟ ଫୋନ୍‍ ଯୋଗାଇବା ସମ୍ଭବ ନୁହେଁ ବୋଲି ସେତେବେଳେ ବିଶେଷଜ୍ଞମାନେ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ। ଫୋନ୍‍ କିଣିବା ପାଇଁ ଅନ୍‍ଲାଇନ୍‍ରେ ଆଶାୟୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିଲା। ପ୍ରାୟ ୩୦ ହଜାର ଲୋକ ଫୋନ୍‍ ପାଇଁ ଟଙ୍କା ଦେଇସାରିଥିବା ବେଳେ ୭ କୋଟି ଲୋକ ପ୍ରିବୁକ୍‍ ପାଇଁ ପଞ୍ଜିକରଣ କରିଥିଲେ। କିନ୍ତୁ ଲୋକଙ୍କୁ ମିଳିଥିବା ଫୋନ୍‍ଗୁଡ଼ିକରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ଅଭିଯୋଗ ହୋଇଥିଲା। ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ମୋହିତଙ୍କ ନାମରେ ପୁଲିସ ଓ ଆୟକର ବିଭାଗ ପକ୍ଷରୁ ମାମଲା ରୁଜୁ କରିଛି।

Leave A Reply