www.samajalive.in
Sunday, December 7, 2025
18.1 C
Bhubaneswar

ବିଦେଶରୁ ଆସିଥିଲେ ସରକାରଙ୍କୁ ଦିଅନ୍ତୁ ତଥ୍ୟ ମିଳିବ ୧୫ ହଜାର ପୁରସ୍କାର, ତଥ୍ୟ ଲୁଚାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ସାରା ବିଶ୍ବରେ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ଭାରତରେ ମଧ୍ୟ ବଢିଚାଲିଛି କରେନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଭାରତରେ ୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷମମାନ ଗ୍ରହଣ କରାଯାଇଛି। ସୋମବାର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ କହିଛନ୍ତି ଯେଉଁମାନେ ଓଡିଶା ଆସିଛନ୍ତି ସେମାନେ ରାଜ୍ୟ ସରକାରଙ୍କୁ ତଥ୍ୟ ଦେବା ବାଧ୍ୟତାମୂଳକ।

ମାର୍ଚ୍ଚ ୪ ପରେ ଏବଂ ଏହା ପୂର୍ବରୁ ବିଦେଶରୁ ଓଡିଶା ଆସିଥିବା ସମସ୍ତ ବ୍ୟକ୍ତି ସରକାରଙ୍କୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ସୂଚନା ଦେବାକୁ ମହଲତ ଦିଆଯାଇଛି। ଏଥି ସହ ଯେଉଁମାନେ ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡିଶା ଫେରୁଛନ୍ତି ସେମାନେ ୨୪ ଘଣ୍ଟା ମଧ୍ୟରେ ସୂଚନା ଦେବା ବାଧ୍ୟତାମୂଳକ। ବିଦେଶରୁ ଆସିଥିବା ବ୍ୟକ୍ତିମାନେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଟୋଲ୍ ଫ୍ରି ନମ୍ବର ୧୦୪ରେ କଲ୍ କରି କିମ୍ବା ଅନଲାଇନ ପୋର୍ଟାଲ COVID19.Odisha.gov.inରେ ପଞ୍ଜୀକରଣ କରିପାରିବେ । ସରକାରଙ୍କୁ ସଠିକ ତଥ୍ୟ ଦେଲେ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା କରିବେ। ଯଦି କେହି ବିଦେଶରୁ ଓଡିଶା ଫେରୁଛନ୍ତି କିନ୍ତୁ ସରକାରଙ୍କୁ ତଥ୍ୟ ନ ଦେଇ ଲୁଚାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ କହିଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୪ଠାରୁ ୧୬ ତାରିଖ ମଧ୍ୟରେ ଆସିଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେ ଆସନ୍ତକାଲିଠୁ ୪୮ଘଣ୍ଟା ପଞ୍ଜୀକରଣ ପାଇଁ ସମୟ ଦିଆଯିବା ସହ ଏହା ବାଧ୍ୟତାମୂଳକ କରାଯାଇଛି । ୧୯ମାର୍ଚ୍ଚ ସକାଳ ୬ଟା ସୁଦ୍ଧା ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପରିବାର ସଦସ୍ୟ, ସାଙ୍ଗ ସାଥୀ ଚାହିଁଲେ ପଞ୍ଜୀକରଣ କରିପାରିବେ । ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ଆଇପିସି, ସିଆରପିସି ଆଧାରରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୫ ଏପ୍ରିଲ ପର୍ୟ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ପରେ ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ଏହି ନିୟମ ଆଣିବାରେ ସକ୍ଷମ ହୋଇଛନ୍ତି । ଦେଶ ବାହାରେ ଅନେକ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ ହୋଇଯାଇଥିବାରୂ ରାଜ୍ୟର ସେଠାରେ କାମ କରୁଥିବା ଅନେକ ଲୋକ ପ୍ରତ୍ୟାବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠି କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ପଞ୍ଜୀକରଣ ନକରି ନିୟମ ଉଲ୍ଲଙ୍ଘନ କରିନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories