www.samajalive.in
Sunday, December 7, 2025
23.1 C
Bhubaneswar

ଫିଞ୍ଚଙ୍କ ନିଦ ହଜାଇ ଦେଇଥିଲେ ଏହି ଭାରତୀୟ ବୋଲର

ନୂଆଦିଲ୍ଲୀ : ଏକ ସମୟ ଥିଲା ଯେତେବେଳେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍ ସ୍ପିନର ସେନ୍ ୱାର୍ନଙ୍କ ସ୍ୱପ୍ନରେ ଆସୁଥିଲେ। ସେନ୍ ୱାନଙ୍କୁ ସ୍ବପ୍ନରେ ଆଶି ସଚିନ ତାଙ୍କୁ ଧୂଆଁଧାର ପ୍ରହାର କରୁଥିବା ସେ କହିଥିଲେ। ସେହିଭଳି ଆଉ ଏକ ଖବର ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ଆରୋଣ ଫିଞ୍ଚ କହିଛନ୍ତି ଭାରତୀୟ କ୍ରିକେଟ ଦଳର ଦୁଇ ଜଣ ଦ୍ରୁତ ବୋଲର ଅଛନ୍ତି। ଯିଏକି ମୋର ନିଦ ହଜାଇ ଦେଇଥିଲେ। ଫିଞ୍ଚଙ୍କ କହିବା ଅନୁସାରେ ଏହି ଦୁଇ ଦ୍ରୁତ ବୋଲର ହେଉଛନ୍ତି ଭୁବନେଶ୍ୱର କୁମାର ଏବଂ ଜଶପ୍ରୀତ ବୁମ୍ରା।
ଦୁଇ ବର୍ଷ ପୂର୍ବେ ଘଟିଥିବା ଘଟଣାକୁ ସ୍ମରଣ କରି ଫିଞ୍ଚ ଏହା ପ୍ରକାଶ କରିଛନ୍ତି। ଫିଞ୍ଚ କହିଛନ୍ତି ଯେ, ମୁଁ ସ୍ବପ୍ନ ଦେଖୁଥିଲି ସେ (ଭୁବନେଶ୍ୱର) ମୋତେ ଆଉଟ କରୁଛନ୍ତି। ଭାରତ ଗସ୍ତ ସମୟରେ ଆରୋନ ଫିଞ୍ଚ ସମସ୍ତ ତିନୋଟି ଫର୍ମାଟରେ ଖରାପ ଖେଳ ପ୍ରଦର୍ଶନ କରିଥିଲେ। ଭୁବନେଶ୍ବର ଓ ବୁମ୍ରାଙ୍କ ବଲରେ ସେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଏହି ଭାରତୀୟ ଦ୍ରୁତ ବୋଲରଙ୍କ ଇନସୁଇଙ୍ଗ ବଲ ଖେଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭୁବନେଶ୍ୱର ଫିଞ୍ଚଙ୍କ ୱିକେଟ୍ ଚାରିଥର ନେଇଛନ୍ତି। ଦିନିକିଆରେ ତିନିଥର ଏବଂ ଟି-୨୦ରେ ଥରେ ନେଇଛନ୍ତି।
ଆରୋନ ଫିଞ୍ଚ ଆହୁରି ମଧ୍ୟ କହିଛନ୍ତି, ’ଏକ ସମୟ ଥିଲା ଯେତେବେଳେ ମୁଁ ରାତିରେ ସ୍ବପ୍ନ ଦେଖୁଥିଲି। ମୁଁ ପୁନର୍ବାର ବୁମ୍ରାଙ୍କ ସାମ୍ନା କରୁଛି ଏବଂ ସେ ମୋତେ ଆଉଟ କରୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories