www.samajalive.in
Sunday, December 7, 2025
13.1 C
Bhubaneswar

ଭାରତରେ ଦ୍ବିତୀୟ କରୋନା ମୃତ୍ୟୁ

ଭୁବନେଶ୍ବର/ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣରେ ଆଉ ଜଣେ ଭାରତୀୟଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ହୋଇଛି। ଦ୍ବିତୀୟ ମୃତକ ହେଲେ ପଶ୍ଚିମ ଦିଲ୍ଲୀ ଜନକପୁରୀ ଅଞ୍ଚଳର ଜଣେ ମହିଳା। ତାଙ୍କର ବୟସ ୬୯ବର୍ଷ। ସେ ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ୍‌) ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କ ପୁଅ ଠାରୁ ସଂକ୍ରମିତ ହୋଇଥିଲେ। ତାଙ୍କ ପୁଅ ଗତମାସରେ ସ୍ବିଜରଲ୍ୟାଣ୍ଡ ଓ ଇଟାଲୀ ଗସ୍ତରୁ ଫେରିଥିଲେ। ତେବେ ମହିଳାଙ୍କ ପୁଅ ଠାରେ

ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ନିୟମ ଦୃଷ୍ଟିରୁ ଉଭୟ ମା ଓ ପୁଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୯ରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ତାଙ୍କର ସ୍ବାବ ପରୀକ୍ଷା କରୋନା ପଜେଟିଭ ରହିଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରହିଥିଲା। ଏହା ପୂର୍ବରୁ କର୍ଣ୍ଣାଟକ କଲବର୍ଗୀ ଅଞ୍ଚଳର ମହମ୍ମଦ ହୁସେନ ସିଦ୍ଦିକ (୭୬)ଙ୍କର କରୋନା ସଂକ୍ରମଣରେ ବୁଧବାର ମୃତ୍ୟୁ ହୋଇଥିଲା। ସିଦ୍ଦିକ ଫେବୃଆରୀ ୨୯ରେ ସାଉଦି ଆରବରୁ ଫେରିଥିଲେ। ସେ ହାଇଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories