www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ଅପଡେଟ୍ : ୧୭ ବିଦେଶୀ ନାଗରିକଙ୍କ ସମେତ ମୋଟ ୮୧ ଜଣ ସଂକ୍ରମିତ

ନୂଆଦିଲ୍ଲୀ : ଭାରତ ସରକାର ସରକାର ୪୨ହଜାର ୨୯୬ ଜଣ ଯାତ୍ରୀଙ୍କୁ ସାମୁହିକ ପର୍ଯ୍ୟବେକ୍ଷଣରେ ରଖିଛି। ଯେଉଁମାନଙ୍କ ମଧ୍ୟରୁ ୨ହଜାର ୫୫୯ ଜଣଙ୍କ ଶରୀରରେ ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଥିବା ବେଳେ ୫୨୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ୍‍ କହିଛନ୍ତି । ସେମାନଙ୍କ ମଧ୍ୟରେ ୧୭ ଜଣ ବିଦେଶୀ ନାଗରିକ ରହିଛନ୍ତି। ଏପର୍ଯ୍ୟନ୍ତ ମୋଟ୍‍ ୧ହଜାର ୩୧ ଜଣ ଯାତ୍ରୀଙ୍କୁ ଭୂତାଣୁ ସଂକ୍ରମଣ ବ୍ୟାପିଥିବା ବିଭିନ୍ନ ଦେଶରୁ ଅଣାଯାଇଛି।

ସେହିପରି ଆଉ ୫ଜଣ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଏଥିସହିତ ଦେଶରେ କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୧ରେ ପହଞ୍ଚିଛି। ଶ୍ରୀ ଅଗ୍ରୱାଲ୍‍ କହିଛନ୍ତି, ମୋଟ୍‍ ସଂକ୍ରମିତ ଲୋକଙ୍କ ମଧ୍ୟରେ ୬୪ ଜଣ ଭାରତୀୟ ଥିବା ବେଳେ ୧୬ ଜଣ ଇଟାଲୀର ନାଗରିକ ଓ ଜଣେ କାନାଡ଼ାର ନାଗରିକ ରହିଛନ୍ତି। ସେ କହିଛନ୍ତି, ସମସ୍ତ ସଂକ୍ରମିତ ଲୋକଙ୍କ ଅବସ୍ଥା ସ୍ଥିର ରହିଛି ଓ ଚିନ୍ତା କରିବାର କୌଣସି କାରଣ ନାହିଁ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories