www.samajalive.in
Sunday, December 7, 2025
16.1 C
Bhubaneswar

ଏନ୍‍ପିଆରରେ କାହାକୁ ‘ସନ୍ଦେହଜନକ’ ସ୍ଥିତିରେ ରଖାଯିବ ନାହିଁ : ଶାହା

ନୂଆଦିଲ୍ଲୀ : ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‍ପିଆର)ରେ ସଦ୍ୟ ତଥ୍ୟ ଯାଞ୍ଚ୍‍ ତଥା ସଂଯୋଗ କରାଯିବା ସମୟରେ କୌଣସି ନାଗରିକଙ୍କୁ ‘ଡି’ ବା ‘ସନ୍ଦେହଜନକ’ ସ୍ଥିତିରେ ରଖାଯିବ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା କହିଛନ୍ତି। ଏଥିପାଇଁ ନାଗରିକତା ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ଏନ୍‍ପିଆର୍‍କୁ ନେଇ ସୃଷ୍ଟି ହୋଇଥିବା ଭୟ ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ
କହିଛନ୍ତି, ଲୋକଙ୍କ ପାଖରେ ଉପଲବ୍ଧ ନ ଥିବା କୌଣସି ସୂଚନାକୁ ବାଧ୍ୟତାମୂଳକ ଭାବେ ସେମାନଙ୍କଠାରୁ ସଂଗ୍ରହ କରାଯିବ ନାହିଁ।
ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜ୍ୟସଭାରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲ୍‍ ପହିଲାରୁ ୬ ମାସ ପର୍ଯ୍ୟନ୍ତ ଏନ୍‍ପିଆର୍‍ ତଥ୍ୟ ଯାଞ୍ଚ୍‍ ସହ ସଦ୍ୟତମ ସୂଚନା ସଂଗ୍ରହ କରାଯିବ। ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ ଏବଂ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏନ୍‍ପିଆର୍‍ ହେଉଛି ଏକ ପଞ୍ଜିକା, ଯେଉଁଥିରେ ଦେଶର ସାଧାରଣ ବାସିନ୍ଦାଙ୍କ ତଥ୍ୟ ରହିଥାଏ। ୨୦୧୧ ଜନଗଣନା ସମୟରେ ଗୃହ ଗଣନା ପର୍ଯ୍ୟାୟରେ ୨୦୧୦ରେ ଏନ୍‍ପିଆର୍‍ ତଥ୍ୟ ସଂଗ୍ରହ କରାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories