www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟପ୍ରଦେଶ ସଙ୍କଟ: ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ, ବହୁମତ ପରୀକ୍ଷା ପାଇଁ ସରକାର ପ୍ରସ୍ତୁତ

ଭୋପାଳ: ମଧ୍ୟପ୍ରଦେଶରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ଶୁକ୍ରବାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି। ସେ ରାଜ୍ୟପାଳଙ୍କୁ ଏକ ଚିଠି ପ୍ରଦାନ କରି ବିଜେପି ବିରୋଧରେ ବିଧାୟକଙ୍କ କିଣାବିକା ଅଭିଯୋଗ ଆଣିଛନ୍ତି। ଏହା ସହିତ ସେ ଆଗାମୀ ବିଧାନସଭା ଅଧିବେଶନରେ ବହୁମତ ପରୀକ୍ଷଣ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

କମଲନାଥ ଚିଠିରେ ଦର୍ଶାଇଛନ୍ତି ଯେ, ଆଗାମୀ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ବଜେଟ ପରେ ବାଚସ୍ପତିଙ୍କ ଦ୍ବାରା ଧାର୍ଯ୍ୟ ତାରିଖରେ ବହୁମତ ପରୀକ୍ଷଣ କରାଯିବ। କିନ୍ତୁ ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ବନ୍ଧକ ରଖାଯାଇଥିବା ୨୨ ବିଧାୟକଙ୍କୁ ମୁକୁଳାଯିବ।

- Advertisement -

ଅନ୍ୟପଟେ ବିଧାନସଭା ଅଧ୍ୟକ୍ଷ ଏନ.ପି, ପ୍ରଜାପତି ସମସ୍ତ ବିଧାୟକଙ୍କୁ ଶୁକ୍ରବାର ତାଙ୍କ ସାମ୍ନାରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ସେମାନେ ନିଜେ ଇସ୍ତଫା ଦେଇଛନ୍ତି ଏବଂ ଏହା ପଛରେ ଅନ୍ୟ କାହାର ଚାପ ରହିନାହିଁ ବୋଲି ବିଧାୟକମାନେ ହାଜର ହୋଇ ସ୍ପଷ୍ଟ କରିବାକୁ ଅଧ୍ୟକ୍ଷ କହିଛନ୍ତି। ଗଣମାଧ୍ୟମକୁ ଅଧ୍ୟକ୍ଷ ପ୍ରଜାପତି କହିଛନ୍ତି, ଚାପରେ ଆସି ବିଧାୟକମାନେ ଇସ୍ତଫା ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିବା ବାଚସ୍ପତିଙ୍କ ଦାୟିତ୍ଵ। ସମସ୍ତ ପ୍ରକ୍ରିୟା ନିୟମ ଅନୁସାରେ ହେଉଛି ଏବଂ ତାହା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories