www.samajalive.in
Wednesday, December 10, 2025
15.1 C
Bhubaneswar

କୁକୁଡ଼ା ବିକ୍ରିକୁ କେନ୍ଦ୍ର କରି ବାପା ଓ ପୁଅ ମଧ୍ୟରେ ଝଗଡ଼ା : ଘରୁ ମିଳିଲା ବାପାଙ୍କ ଝୁଲନ୍ତା ମୃତ ଦେହ

ବଡ଼ସାହି: ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ବଡ଼ସାହି ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବୈଦ୍ୟନାଥ ବିନ୍ଧାଣୀ(୬୦)।

ସୂଚନା ଅନୁଯାୟୀ, ଘରେ ଥିବା କୁକୁଡାକୁ ପୁଅ ବିକ୍ରି କରିଦେବାରୁ ବାପ ପୁଅ ମଧ୍ୟରେ ସକାଳେ ବଚସା ଆରମ୍ଭ ହୋଇଥିଲା। ଯାହାକୁ କେନ୍ଦ୍ର କରି ପୁଅ ଘରୁ ବାହରି ପଳାଇ ଯାଇଥିଲେ। ଏହାର କିଛି ସମୟ ପରେ ଘର ଭିତରେ ଥିବା ଓରାରେ ବୈଦ୍ୟନାଥଙ୍କ ମର ଶରୀର ବେକରେ ଗାମୁଛା ଲାଗି ଝୁଲୁଥିବା ଅବସ୍ଥାରେ ପଡିଶା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଗ୍ରାମରେ ଆଲୋଚନା ହେଉଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଫିସର ଏସଆଇ ମଞ୍ଜୁଲତା ଧଡା ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories