www.samajalive.in
Tuesday, December 9, 2025
17.1 C
Bhubaneswar

“ସମାଜ” ପ୍ରଭାବ: ଟୁଡୁକାପଙ୍କା ବାସି ଦେଖିଲେ ବିଦ୍ୟୁତ ଆଲୋକ

ମୋହନା :  କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଗ୍ରାମ ଅନ୍ଧକାରରେ ରହିବ ନାହିଁ ବୋଲି ଗ୍ରାମାଞ୍ଚଳ ଗରୀବ ବିପିଏଲ ପରିବାରଙ୍କ ପାଇଁ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଓ ପ୍ରଧାନମନ୍ତ୍ରୀ ସୋଭାଗ୍ୟ ବତୀ ବିଦ୍ୟୁତ ଯୋଜନା ଭାରତବର୍ଷରେ ପ୍ରଚଳନ କରିଛନ୍ତି। ହେଲେ ପ୍ରଶାସନିକର ଅନ୍ତରିକତାର ଅଭାବ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଆଦିବାସୀ ଓ ଦଳିତ ବର୍ଗର ଲୋକେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଳକ ସୀମାନ୍ତବର୍ତୀ ଅଞ୍ଚଳ ଓ ନୁଆଗଡ ବ୍ଳକ ସୀମାଶେଷ କିରାମା ପଞ୍ଚାୟତ ଅଧିନ ଆଦିବାସୀ ଗ୍ରାମ ଟୁଡୁକାପଙ୍କା। ଏହି ଗ୍ରାମରେ ୨୫ ପରିବାରର ପ୍ରାୟ ୧୦୦ ଜଣ ଲୋକ ବସବାସ କରନ୍ତି। ଏମାନଙ୍କ ପାଇଁ ସତେଜେମିତି ବିଦ୍ୟୁତ ଆଲୋକ ପାଲଟି ଯାଇଛି ସାତ ସପନ। ଦେଶ ସ୍ୱାଧିୀନ ହେବାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଏମାନେ ବିଦ୍ୟୁତ ଆଲୋକରୁ ବଞ୍ଚିତ ଅଛନ୍ତି। ଟୁଡୁକାପଙ୍କା ଗ୍ରାମଠାରୁ ୧୦୦ ମିଟର ଦୂର କିରାମା ପଞ୍ଚାୟତକୁ ଜିବା ରାସ୍ତା କଡରେ ବିଦ୍ୟୁତ ସରବରାହ ରହିଛି। ଏହି ଗ୍ରାମରେ ଦୀର୍ଘ ବର୍ଷହେଲା ଗ୍ରାମବାସୀମାନେ ଅକ୍ଲାନ୍ତ ପରିଶ୍ରମ କରି ବିଦ୍ୟୁତ ଖୁଣ୍ଟ ପୋତି ଥିଲେ। ତଥାପି ପ୍ରଶାସନର ଅବହେଳା ଯୋଗୁଁ ବିଦ୍ୟୁତ ତାର ସଂଯୋଗ ହୋଇପରିନାହିଁ। ଏହି ବିଷୟ ନେଇ ବହୁବାର ଗ୍ରାମବାସୀ ଜିଲାପାଳ, କନିଷ୍ଠ ଯନ୍ତ୍ରୀ, ସରପଞ୍ଚ, ସହକାରୀ ଯନ୍ତ୍ରୀଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ସୁଫଳ ପାଇବାରୁ ବଞ୍ଚିତ ଥିଲେ।

ଗରୀବ ଆଦିବାସୀ ଛାତ୍ରଛାତ୍ରୀ ମାନେ ପାଠପଢିବାରେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ବେଳେ ମୋବାଇଲ ସେବା ଓ ଦେଶ ବିଦେଶର ଖବର ଜାଣିବାରେ ସମସ୍ୟା ଦେଖାଦେଉଥିଲା। ଯଥାଶୀଘ୍ର ଗ୍ରାମରେ ବିଦ୍ୟୁତ ସଂଯୋଗ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସାଉଲ ମାଝୀ, କଇନ ମାଝୀ, ଇସାକ ମାଝୀ ଆଦିଗ୍ରାମବାସୀମାନେ ଚେତାବନୀ ଦେଇଥିଲେ।

- Advertisement -

ଏହି ଖବର ଜାନୁଆରୀ ୨୦ରେ ସମାଜ ଖବରକାଗଜରେ ପ୍ରକାଶିତ ହେବାପରେ ବିଦ୍ୟୁତ ବିଭାଗ ତତ୍ୱରତା ପ୍ରକାଶ କରି ଓ ଏହି ଖବରକୁ ଗୁରୁତ୍ୱ ଦେଇ ଉକ୍ତଗ୍ରାମରେ ମାର୍ଚ୍ଚ ୧୧ରେ ନୂତନ ଟ୍ରାନସଫରମର ବସାଇବା ସହିତ ବିଦ୍ୟୁତ ସଂଯୋଗ ହୋଇଥିବା ଯୋଗୁଁ ଆଦିବାସୀ ଗ୍ରାମ ତୁଡୁକାପଙ୍କା ବାସି ସମାଜ ଖବର କାଗଜକୁ ଓ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories