www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଗୃହର ଛାତ ପଡିବା ସମୟରେ ବିଦ୍ୟୁତ ଆଘାତରେ ନାବାଳିକା ଶ୍ରମିକ ମୃତ୍ୟୁ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ନିକଟସ୍ଥ କୁଟୁରୁପାଲି ଗାଁରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଗୃହର ଛାତ ପକାଇବା ସମୟରେ ବିଦ୍ୟୁତ ଆଘାତରେ ଏକ ନାବାଳିକା ଶ୍ରମିକର ମୃତ୍ୟୁ ଘଟିଛି । ସୂଚନାଅନୁସାରେ କୁଟୁରୁପାଲି ଗାଁର ତିଳୋତମା ଚାଲାନଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହର ଛାତ ପକାଇବା ପାଇଁ ସେହି ଗାଁର ଜଗଦିଶ ଚାଲାନ ଠିକା ନେଇଥିଲା ଓ ସେହି ଛାତ ପକାଇବା କାମ କରିବା ପାଇଁ ବାଲିଜୋଡି ଗାଁର ନାବାଳିକା ଝୀଅ ପ୍ରଭା କୋଶଲିଆ(୧୭) ଶ୍ରମିକ ଭାବରେ କାମ କରିବା ପାଇଁ ଆସିଥିଲା । ଛାତ ଉପରେ ମିସ୍ତ୍ରୀ ପାଖରେ ରହି ସିମେଣ୍ଟ ମସଲା ଦେଉଥିବା ସମୟରେ ଛାତ ଉପରେ ଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ପ୍ରଭା।  ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇପଡିଥିଲା । ଗୁରୁତର ହେବାରୁ ପ୍ରଭାଙ୍କୁ ନିକଟସ୍ଥ ବିଶ୍ୱନାଥପୁର ଡାକ୍ତରଖାନାକୁ ଅଣାଯାଇଥିଲା । ବିଶ୍ୱନାଥପୁର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ଡାକ୍ତରଖାନା ପରିସରରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା ।

ସୂଚନା ଥାଉକି ମୃତ ପ୍ରଭା କୋଶଲିଆର ବାପା ଅତ୍ୟନ୍ତ ନିରିହ ଗରିବ ହୋଇଥିବାରୁ ନିଜ ଅଞ୍ଚଳରେ କାମଧନ୍ଧା ନପାଇବାରୁ ସୁଦୁର କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି । ଘରେ ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ନିଜ ତିନି ଭାଇଭଉଣୀ ଓ ମାଁ ବୁଡିର ପ୍ରତିପୋଷଣ ପାଇଁ ପ୍ରଭା ପାଠ ଛାଡି କୁଲି ମଜୁରୀ କରି ଚଳୁଥିଲା । ଆଜି ପ୍ରଭାର ମୃତ୍ୟୁ ଘଟଣାକୁ ନେଇ ବାଲିଜୋଡି ଗାଁରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଥିବା ବେଳେ କ୍ଷତିପୁରଣ ସହ ସଂପୃକ୍ତ ଠିକାଦାରଙ୍କୁ ଗିରଫ କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି । ଜଣେ ନାବାଳିକାକୁ କାହିଁକି ଛାତକାମରେ ଠିକାଦାର ଜଣକ ନିୟୋଜନ କରିଥିଲେ ପ୍ରଶ୍ନ କରିଥିଲେ ଅଞ୍ଚଳବାସୀ। ଘଟଣା ସ୍ଥଳକୁ ଅମ୍ବାଦୋଳା ପୁଲିସ ପହଁଚି ଛାନଭିନ୍ କରୁଥିବା ବେଳେ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମ୍ବାଦୋଳା ଥାନାଧିକାରୀ ପ୍ରକାଶ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories