www.samajalive.in
Wednesday, December 10, 2025
17.1 C
Bhubaneswar

ରବିବାର ରାଶିଫଳ (୦୮।୦୩। ୨୦୨୦)

ମେଷ: ପ୍ରତ୍ୟେକ କାର୍ଯ୍ୟ ତ୍ବରାନ୍ବିତ ହେବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ବିଦ୍ୟାପ୍ରତି ରୁଚି ରହିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ।

ବୃଷ: ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମକୁ ଶ୍ରେୟ ମଣିବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

- Advertisement -

ମିଥୁନ: ମନପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ଭକ୍ତି ମିଳିବ।। ପୂଜା-ପାଠରେ ନିଜକୁ ନିୟୋଜିତ କରିବେ।

କର୍କଟ: ପରମ ସୌଭାଗ୍ୟଶାଳୀ ହେବେ। ପ୍ରବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି। ବ୍ୟବସାୟରୁ ଅଧିକ ଧନ ମିଳିପାରେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି।

ସିଂହ: ସର୍ବଶକ୍ତିମାନ୍‍ ହୋଇପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ। ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନପ୍ରାପ୍ତ ହେବ। ଧନ ସମ୍ପଦ ଭରପୂର ରହିବ।

କନ୍ୟା: ଚଞ୍ଚଳମନା ହୋଇପାରନ୍ତି। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା ପ୍ରକାଶ କରିବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେଇପାରେ। ସ୍ନେହ ବୋଳା କଥା କହି ପରକୁ ଆପଣାର କରିବାରେ ସକ୍ଷମ ହୋଇପାରନ୍ତି। ଜ୍ଞାନୀ ହେବେ। ଦୁଃସାହସୀ ହୋଇପାରନ୍ତି।

ତୁଳା: ଶୁଭଯୋଗ ଅଛି। ସୁସ୍ଥ ଓ ନୀରୋଗ ଶରୀରଯୁକ୍ତ ହେବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳମନା ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି। ସୁଖୀ ହେବେ।

ବିଛା: କର୍ତ୍ତବ୍ୟନିଷ୍ଠ ହେବେ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ନିଜ ପରିବାର ପ୍ରତି ସ୍ନେହ ଭାବ ରହିବ।

ଧନୁ: ଜନମଙ୍ଗଳ ପାଇଁ ଉଦ୍ୟମ ଜାରି ରଖିବେ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଉଦ୍ୟୋଗୀ ହେବେ।

ମକର: ସମ୍ମାନିତ ହୋଇପାରନ୍ତି। ପରିସ୍ଥିତିରେ ପଡ଼ି ଈର୍ଷା ପରାୟଣ ହେବେ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

କୁମ୍ଭ: ଅସାଧ୍ୟ ସାଧନ କରି ପାରନ୍ତି। ଆନନ୍ଦ ଉତ୍ସବ ଲାଗି ରହିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ। ବେଳେବେଳେ ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ, ଧୈର୍ଯ୍ୟବାନ୍‍ ଓ ସୁଖୀ ହେବେ।

ମୀନ: ଯୋଗାଯୋଗ ଶୁଭଦାୟକ ହେବ। ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହୋଇ ସମ୍ମାନିତ ହେବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories