www.samajalive.in
Monday, December 8, 2025
16.1 C
Bhubaneswar

କୋରୋନା ଅପଡେଟ୍ : ୩ ନୂଆ ସଂକ୍ରମିତ ଚିହ୍ନଟ, ୧୫୦ ଆଇଡିଏସପି ନିରୀକ୍ଷଣ ବ୍ୟବସ୍ଥାରେ

ନୂଆଦିଲ୍ଲୀ : ଦେଶରେ ନୋଭେଲ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ଆଉ ତିନି ଜଣଙ୍କୁ
ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ଇରାନ ଯାତ୍ରାରୁ ଫେରିଥିବା ଦୁଇ ଜଣ ଲଦାଖବାସୀ ଏବଂ ଓମାନରୁ ଫେରିଥିବା ଜଣେ ତାମିଲନାଡ଼ୁ ନାଗରିକ। ଏମାନଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ବର୍ତ୍ତମାନ ଡାକ୍ତରଖାନାରେ ୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଅନ୍ୟପକ୍ଷରେ ପ୍ରଥମେ ସଂକ୍ରମିତ ହୋଇଥିବା କେରଳର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଯାଇଛନ୍ତି।
ଭୂଟାନରେ ଜଣେ ଆମେରିକୀୟ ନାଗରିକ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାଯାଇଛି। ୧୫୦ ଜଣଙ୍କୁ ବର୍ତ୍ତମାନ ଆଇଡିଏସପି ନିରୀକ୍ଷଣ ବ୍ୟବସ୍ଥା ମଧ୍ୟରେ ରଖାଯାଇଛି।

ଏହାବ୍ୟତୀତ ୧୦୮ଟି ନମୁନା ଶନିବାର ସକାଳେ ଭାରତରେ ଆସି ପହଁଚିଛି। ଏହି ନମୁନାଗୁଡ଼ିକୁ ଏମ୍ସ ପରୀକ୍ଷାଗାରରେ ପରୀକ୍ଷା କରାଯାଉଛି। ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର)ର ୬ ଜଣ ବୈଜ୍ଞାନିକଙ୍କୁ ଇରାନରେ ରଖାଯାଇଛି। ସେଠାରେ ପରୀକ୍ଷାଗାର ସ୍ଥାପନ କରିବା ଲାଗି ପାଖାପାଖି ୧୦ କୋଟି ଟଙ୍କାର ସରଞ୍ଜାମ ଏବଂ ରାସାୟନିକ ସେମାନଙ୍କ ନିକଟକୁ ପଠାଯାଇଛି। ବର୍ତମାନ ସୁଦ୍ଧା ମୋଟ ୭,୧୦୮ଟି ବିମାନରେ ଆସିଥିବା ୭,୨୬,୧୨୨ ଜଣ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଛି। ଶୁକ୍ରବାର ଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ସମସ୍ତ ବିମାନ ବନ୍ଦରରେ ୫୭୩ଟି ବିମାନରେ ଆସିଥିବା ୭୩,୭୬୬ ଜଣ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଛି।
ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ଜନିତ ରକ୍ତନମୁନା ପରୀକ୍ଷା ଲାଗି ବର୍ତମାନ ସୁଦ୍ଧା ୫୨ଟି ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇସାରିଲାଣି। ଏହା ବ୍ୟତୀତ ୫୭ଟି ପରୀକ୍ଷାଗାରରେ ସ୍ୱାବ ନମୁନା ସଂଗ୍ରହ ଲାଗି ଭାଇରାଲ ଟ୍ରାନ୍ସପୋର୍ଟ ମାଧ୍ୟମ ବ୍ୟବସ୍ଥା କରାଯାଇଛି।
ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କୋରୋନା ଭୂତାଣୁ ମୋବାଇଲ ଫୋନ କଲର ଟ୍ୟୁନକୁ ସମସ୍ତ ଟେଲିକମ ଅପରେଟର କାର୍ଯ୍ୟକ୍ଷମ କରିଛନ୍ତି। କଲ କରିବା କ୍ଷଣି ଏଥିରେ ସଂକ୍ରମଣ ନିରାକରଣ ଲାଗି ପ୍ରାଥମିକ ସଚେତନତା ବାର୍ତ୍ତା ଦିଆଯାଉଛି। ବିଏସଏନଏଲ, ଏମଟିଏନଏଲ, ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ-ଆଇଡିଆର ୧୧୭.୨ କୋଟି ଉପଭୋକ୍ତାଙ୍କୁ ଏସଏମଏସ ଓ ଫୋନ କଲ ଜରିଆରେ ସଚେତନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories