www.samajalive.in
Sunday, December 7, 2025
23.1 C
Bhubaneswar

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ୱାସିମ୍ ଜାଫର

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ୍ ୱାସିମ୍ ଜାଫର ଶନିବାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଭାରତୀୟ ଦଳ ପାଇଁ ଓପନିଂ କରୁଥିବା ମୁମ୍ବାଇର ଏହି ଖେଳାଳି ୪୧ ବର୍ଷ ବୟସରେ କ୍ରିକେଟରୁ ବିଦାୟ ନେଇଛନ୍ତି। ୧୯୯୬/୯୭ରେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ସେ କ୍ରିକେଟରେ ଡେବ୍ୟୁ କରିଥିଲେ। ଜାଫର ରଣଜୀ ଟ୍ରଫି ଓ ଇରାନୀ ଟ୍ରଫିରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର। ସେ ୩୧ ଟି ଟେଷ୍ଟରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିଲେ। ଭାରତ ପାଇଁ ଟେଷ୍ଟରେ ଓପନ୍ କରୁଥିବା ଜାଫର ୫ଟି ଶତକ ହାସଲ କରିଛନ୍ତି। ୨୦୦୬ ରେ ସେ ସେଣ୍ଟ ଜୋନ୍’ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ୟାରିୟରର ଶ୍ରେଷ୍ଠ ୨୧୨ ରନ୍ ସ୍କୋର କରିଥିଲେ। ତେବେ ସେ କେବଳ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ୨୦୦୮ରେ ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିବା ପରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ସକ୍ରିୟ ହୋଇଥିଲେ।
ଜାଫର ୧୬ ଫେବୃଆରୀ ୧୯୭୮ରେ ମୁମ୍ବଇରେ ଜନ୍ମଗ୍ରହଣ କରିଥିଲେ। ଯିଏ ପ୍ରଥମ ଶ୍ରେଣୀ କ୍ରିକେଟରେ ଭଲ ପ୍ରଦର୍ଶନ ସହ ଅନେକ ରେକର୍ଡ ନିଜ ନାମରେ କରିଥିଲେ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଘରୋଇ ଭାରତୀୟ କ୍ରିକେଟର ଭଗବାନ୍ ମଧ୍ୟ କୁହାଯାଏ। ପ୍ରାୟ ଦୁଇ ଦଶନ୍ଧି ଧରି ଖେଳିବା ପରେ ମଧ୍ୟ ଏହି ଖେଳାଳିଙ୍କ ମଧ୍ୟରେ ରନ୍ ସ୍କୋର କରିବାର କ୍ଷୁଧା କେବେ ବନ୍ଦ ହୋଇନଥିଲା।
୧୯୯୬/୯୭ ରେ ମୁମ୍ବଇରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିବା ୱାସିମ୍, ୯ ଡିସେମ୍ବର ୨୦୧୯ରେ ଘରୋଇ କ୍ରିକେଟର ସବୁଠାରୁ ବଡ ରେକର୍ଡ କରିଥିଲେ। ୱାସିମ୍ ପ୍ରଥମ କ୍ରିକେଟର ଭାବେ ୨୦୧୮ରେ ରଣଜୀ ଟ୍ରଫି ଇତିହାସରେ ୧୧ହଜାର ରନ୍ ସ୍କୋର କରି ଘରୋଇ କ୍ରିକେଟରେ ୪୦ ଶତକ ହାସଲ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories