www.samajalive.in
Sunday, December 7, 2025
26.1 C
Bhubaneswar

ଏସ୍‌ସିବିରେ କରୋନା ଭୂତାଣୁ ପରୀକ୍ଷା ବ୍ୟବସ୍ଥା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : କରୋନାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କର ବାତାବରଣ ଲାଗିରହିଥିବାବେଳେ ଓଡ଼ିଶାରେ ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଦିଗରେ ପ୍ରସ୍ତୁତିକୁ ତ୍ବରାନ୍ବିତ କରାଯାଉଛି।

ଆଗାମୀ ଦିନରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ରକ୍ତ ନମୁନା ପରୀକ୍ଷା ପାଇଁ ଭିଡ଼ ବଢ଼ିପାରେ। ଏହି ସମସ୍ୟା ଏଡ଼ାଇବା ପାଇଁ ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ଏକ ଚିଠି ଲେଖି ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲଠାରେ କରୋନା ଭୂତାଣୁ ପରୀକ୍ଷା ପାଇଁ ପରୀକ୍ଷାଗାର ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ କରୋନା ସଂକ୍ରମଣ ମୁକାବିଲା ଦିଗରେ ଏହା ସହାୟକ ହୋଇପାରିବ।

- Advertisement -

ଏବେ ସନ୍ଦିଗ୍ଧ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଭୂତାଣୁ ପରୀକ୍ଷା ପାଇଁ ରାଜ୍ୟରେ କୌଣସି ସୁବିଧା ନଥିବାବେଳେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୁବନେଶ୍ବର ଆରଏମଆରସିଠାରେ ଏଭଳି ସୁବିଧା କରିବାକୁ ପ୍ରତିଶ୍ରୁତି ମିଳିଛି। ସୂଚନାଯୋଗ୍ୟ ଯେ ଏବେ ରକ୍ତ ପରୀକ୍ଷା ପାଇଁ ପୁନେସ୍ଥିତ ଜାତୀୟ ଭାଇରୋଲୋଜି ପ୍ରତିଷ୍ଠାନକୁ ନମୁନା ପଠାଯାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories