www.samajalive.in
Monday, December 8, 2025
14.1 C
Bhubaneswar

କରୋନା ସତର୍କତା: ଛାତ୍ରଛାତ୍ରୀଙ୍କୁ ଭିଡ଼ରୁ ଦୂରେଇ ରଖ

ଭୁବନେଶ୍ୱର : ‘ନୋଭେଲ କରୋନା ଭାଇରସ’ ଏବେ ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଭାରତରେ ଏହି ରୋଗୀ ଏବେ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ମାର୍ଗଦର୍ଶିକା ଜାରି ପରିପ୍ରେକ୍ଷୀରେ ଗୁରୁବାର ଗଣଶିକ୍ଷା ବିଭାଗ ସବୁ ଶିକ୍ଷା ଅଧିକାରୀଙ୍କୁ ଏନେଇ ସଚେତନତା ସୃ​‌ଷ୍ଟି କରିବାକୁ କହିଛି। ଓସେପା ନିର୍ଦେଶକ ଭୂପିନ୍ଦର ସିଂହ ପୁନିଆ ସବୁ ଜିଲା ଶିକ୍ଷା ଅଧିକାରୀ, ଡିପିସି ଓ ବିଇଓଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ ନୋଭେଲ କରୋନା ଭାଇରସ ଏବେ ଦେଶକୁ ଦେଶ ବ୍ୟାପିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଛାତ୍ରଛାତ୍ରୀ ଯେଭଳି ସୁରକ୍ଷିତ ରହିବେ ସେଥିନେଇ ବ୍ୟାପକ ସଚେତନତା ସୃଷ୍ଟି କର। ଛାତ୍ରଛାତ୍ରୀମାନେ ହାତରେ ରୁମାଲ ଓ ମାସ୍କ ପିନ୍ଧିବା ସହିତ ବାରମ୍ବାର ହାତ ସଫାକୁ କରିବାକୁ ଶ୍ରୀ ପୁନିଆ ନିର୍ଦେଶ ଦେଇଛନ୍ତି। ଏହାସହିତ ଯେଉଁଠାରେ ଜନସାଧାରଣଙ୍କ ଗହଳି ପରିଲକ୍ଷିତ ହେଉଛି ସେଠାକୁ ନ ଯିବା ସହ ପାଖରେ ଟିସୁ ପେପର ରଖିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସଚିବ ଅମିତ ଖାରେ ସବୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଦର୍ଶାଇଛନ୍ତି। ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଯଦି କୌଣସି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କଠାରେ କାଶ ଓ ଥଣ୍ଡା ଥିବା ପରିଲକ୍ଷିତ ହେଉଛି ତୁରନ୍ତ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ପରିବାର ଓ ଡାକ୍ତରଙ୍କୁ ଅବଗତ କରାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କିବା ଆବଶ୍ୟକ। ଏହାବାଦ୍ ବିଦ୍ୟାଳୟରେ ହାତ ସଫା କରିବାକୁ ସାବୁନ ଓ ପାଣିର ସୁବିଧା କରିବା ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଏନେଇ ସଚେତନତା କରିବା, ହଷ୍ଟେଲରେ ଯଦି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖାଦେଲା ତେବେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯୋଗାଯୋଗ କରିବାକୁ ଶ୍ରୀ ଖାରେ ଦର୍ଶାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories