www.samajalive.in
Sunday, December 7, 2025
18.1 C
Bhubaneswar

ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ କଳାହାଣ୍ଡି ଗସ୍ତ – ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ

ଭବାନୀପାଟଣା (ବିଜୟ ଦ୍ୱିବେଦୀ): ଭାରତ ସରକାରଙ୍କ ଗୃହ ବିଭାଗ ବରିଷ୍ଠ ସୁରକ୍ଷା ଉପଦେଷ୍ଟା କେ. ବିଜୟ କୁମାର ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମାଓ ପ୍ରବଣ ଅଞ୍ଚଳରେ ମାଓ ଦମନ ପାଇଁ ନିୟୋଜିତ ଥିବା ସିଆରପିଏଫ୍‍ ଓ ବିଏସ୍‍ଏଫ୍‍ ଅଧିକାରୀଙ୍କ ସହିତ ଗୁପ୍ତ ବୈଠକ କରିଛନ୍ତି। ଓଡିଶାର ଅତ୍ୟଧିକ ମାଓପ୍ରବଣ କଳାହାଣ୍ଡି, ରାୟଗଡା, ବଲାଙ୍ଗିର, ନୂଆପଡା ଓ କନ୍ଧମାଳ ଜିଲ୍ଲା ସମେତ ଛତିଶଗଡ ରାଜ୍ୟର ମାଓପ୍ରବଣ ଗରିଆବନ୍ଧ, ଧମ୍‍ତରି ଓ ମହାସମୁନ୍ଦ ଜିଲ୍ଲାରେ ଗତ କିଛି ମାସଧରି ବିଭିନ୍ନ ସମୟରେ ମାଓବାଦୀମାନଙ୍କର କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ସେମାନଙ୍କ ଗତିବିଧିକୁ ତୀକ୍ଷ୍ଣ ନଜର ରଖିବା ଓ ମାଓ କାର୍ଯ୍ୟକଳାପକୁ ମିଳିତ ଭାବେ କିପରି ଦୃଢ ହସ୍ତରେ ଦମନ କରାଯିବ ସେ ନେଇ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି।

ଆଜି ଭବାନୀପାଟଣା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ କଡା ସୁରକ୍ଷା ଭିତରେ କଳାହାଣ୍ଡି, ରାୟଗଡା, ବଲାଙ୍ଗିର, ନୂଆପଡା ଓ କନ୍ଧମାଳ ଜିଲ୍ଲା ସମେତ ଛତିଶଗଡ ରାଜ୍ୟର ମାଓପ୍ରବଣ ଗରିଆବନ୍ଧ, ଧମ୍‍ତରି ଓ ମହାସମୁନ୍ଦ ଏସ୍‍ପି ଓ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ମାଓ ଦମନ ପାଇଁ ରଣକୌଶଳ ପ୍ରସ୍ତୁତି କରିବା ସହିତ ମିଳିତ ଭାବେ କୁମ୍ଭି ଅପରେସନ୍‍ କରିବା ଓ ସେମାନଙ୍କର ଗତିବିଧି ଉପରେ ଗୁପ୍ତ ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତିକ୍ଷ୍‍ଣ ନଜର ରଖିବା ପାଇଁ ଉପସ୍ଥିତ ପୋଲିସ ଅଧିକାରୀ ଓ ସିଆରପିଏଫ୍‍ ଓ ବିଏସ୍‍ଏଫ୍‍ ଅଧିକାରୀଙ୍କ କଡା ନିର୍ଦ୍ଦେଶ ଦେଇଥିଲେ। ଏହି ସମିକ୍ଷା ବୈଠକରେ ଏହି ସବୁ ଜିଲ୍ଲାର ଏସ୍‍ପି, କୋରାପୁଟ ସ୍ଥିତ ଡିଆଇଜି ସଫିନ୍‍ ଅହମ୍ମଦ୍‍, ସିଆରପିଏଫ୍‍ ଓ ବିଏସ୍‍ଏଫ୍‍ ର ଉଚ୍ଚ ଅଧିକାରୀ ମାନେ ଯୋଗଦେଇଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories