www.samajalive.in
Tuesday, December 9, 2025
19.1 C
Bhubaneswar

କରୋନା: ହୋଲି ପାଳିବେନି ମୋଦୀ, ଶାହ, ନଡ୍ଡା

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଧୀରେ ଧୀରେ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଚଳିତବର୍ଷ ହୋଲି ପାଳିବେ ନାହିଁ। ମୋଦୀ, ଶାହ ଏବଂ ନଡ୍ଡା କୌଣସି ହୋଲି ମିଳନ ସମାରୋହରେ ସାମିଲ ହେବେ ନାହିଁ ବୋଲି ବୁଧବାର ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରି କହିଛନ୍ତି, ବିଶ୍ଵବ୍ୟାପୀ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ ନୋବେଲ କରୋନା ଭାଇରସ କୋଭିଡ-୧୯କୁ ବ୍ୟାପିବାରେ ରୋକିବା ପାଇଁ ସାମୁହିକ କାର୍ଯ୍ୟକ୍ରମଗୁଡ଼ିକୁ କମ୍‌ କରିବା ଉଚିତ। ଏଥିପାଇଁ ଚଳିତବର୍ଷ ମୁଁ କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନ କରିବା ଲାଗି ନିଷ୍ପତ୍ତି ନେଇଛି।

- Advertisement -

ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି ଯେ, ସାରା ବିଶ୍ଵ କରୋନା ଭୂତାଣୁ ଦ୍ବାରା ବହୁଳ ଭାବେ ପ୍ରଭାବିତ ହୋଇଛି। ଦେଶ ଏବଂ ଡାକ୍ତରମାନେ ମିଳିତ ଭାବେ ଏହି ଭୂତାଣୁକୁ ରୋକିବା ପାଇଁ ପ୍ରୟାସ କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଚଳିତ ବର୍ଷ ମୁଁ ହୋଲି ପାଳିବି ନାହିଁ କି ହୋଲି ମିଳନ ଉତ୍ସବ ଆୟୋଜନ କରିବି ନାହିଁ। ସୁରକ୍ଷିତ ରୁହନ୍ତୁ, ସୁସ୍ଥ ରୁହନ୍ତୁ ବୋଲି ନଡ୍ଡା ବାର୍ତ୍ତା ଦେଇଛନ୍ତି।

ସେହିପରି ଗୃହମନ୍ତ୍ରୀ ଶାହ କିଛନ୍ତି, ଆମ ଭାରତୀୟମାନଙ୍କ ପାଇଁ ହୋଲି ଏକ ବଡ଼ ଗୁରୁତ୍ଵପୂର୍ଣ୍ଣ ଉତ୍ସବ। କିନ୍ତୁ କରୋନା ଭୂତାଣୁ ବ୍ୟାପୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁଁ ଏଥର କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହେବିନାହିଁ। ମୁଁ ସମସ୍ତଙ୍କୁ ସାମୁହିକ କାର୍ଯ୍ୟକ୍ରମ ନ କରିବାକୁ ପରାମର୍ଶ ଦେଉଛି ବୋଲି ଶାହ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories