www.samajalive.in
Sunday, December 7, 2025
13.1 C
Bhubaneswar

ଟ୍ରାଫିକ ପୁଲିସକୁ ବାର୍ଷିକ ୪୮ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି ଟ୍ରକ୍‌ ଡ୍ରାଇଭର, ଜାହାଜ ମାଲିକ: ସର୍ଭେ

ନୂଆଦିଲ୍ଲୀ: ଦେଶରେ ଟ୍ରକ୍‌ ଡ୍ରାଇଭର ଏବଂ ଜାହାଜ ମାଲିକମାନେ ବର୍ଷକୁ ୪୮ ହଜାର କୋଟି ଟଙ୍କା ଲାଞ୍ଚ ଆକାରରେ ପୁଲିସ ବିଭାଗ କର୍ମଚାରୀଙ୍କୁ ଦେଉଛନ୍ତି। ବିଶେଷ କରି ଟ୍ରାଫିକ ଏବଂ ହାଇୱେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଏହି ଲାଞ୍ଚ ଗ୍ରହଣ କରୁଥିବା ଏକ ସର୍ଭେରୁ ସୂଚନା ମିଳିଛି।

ଦେଶର ଶାସନ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ନୂଆ ନୂଆ ଆଇନ ଆଣୁଛନ୍ତି। ବିଶେଷକରି ସବୁ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ସରକାରୀ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଲାଞ୍ଚଖୋର ପ୍ରବୃତ୍ତି ଦୂର ହେଉନାହିଁ। ନୂତନ ସର୍ବେକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର କଠୋର ଆଇନ ଆଣିଛନ୍ତି। କିନ୍ତୁ ଟ୍ରାଫିକ ପୁଲିସ ଏବଂ ରାଜପଥ ପୁଲିସ କର୍ମଚାରୀମାନେ କିପରି ଲାଞ୍ଚ ନେଇ ଗାଡ଼ିଗୁଡ଼ିକୁ ଛାଡ଼ିଦିଅନ୍ତି ତାହା ସର୍ଭେରେ ଉଲ୍ଲେଖ କରାଯାଇଛି। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସେଭ୍‌ ଲାଇଫ ଫାଉଣ୍ଡେଶନ ନାମ ଏକ ସଂସ୍ଥା ଦ୍ବାରା ଏହି ସର୍ଭେ କରାଯାଇଛି।

- Advertisement -

ରିପୋର୍ଟ ଅନୁସାରେ, ସର୍ଭେ ସମୟରେ ୧୨୧୭ ଟ୍ରକ ଡ୍ରାଇଭର ଏବଂ ୧୧୦ଟି ଜାହାଜ ମାଲିକଙ୍କ ସାକ୍ଷାତକାର ନିଆଯାଇଥିଲା। ସେଥିରୁ ୮୨% ଟ୍ରକ ଡ୍ରାଇଭର ଏବଂ ଜାହାଜ ମାଲିକ ଟ୍ରାଫିକ କିମ୍ବା ହାଇୱେ ପୁଲିସ ବିଭାଗର କର୍ମଚାରୀଙ୍କୁ ଲାଞ୍ଚ ଦେଇଥିବା କହିଛନ୍ତି। ଜଣେ ଟ୍ରକ୍‌ ଡ୍ରାଇଭର ଗୋଟିଏ ଟ୍ରିପରେ ଅତିକମରେ ହାରାହାରି ୧୨୫୭ ଟଙ୍କା ଲାଞ୍ଚ ଦେଇଥାନ୍ତି। ଏହା ବ୍ୟତୀତ ଦିଲ୍ଲୀରେ ୮୪% ଡ୍ରାଇଭର ଟ୍ରାଫିକ କିମ୍ବା ହାଇୱେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିବା ସ୍ବୀକାର କରିଛନ୍ତି। ସେହିପରି ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ୭୮% ଦିଲ୍ଲୀ-ଏନସିଆର ଟ୍ରକ ଡ୍ରାଇଭରମାନେ ଲାଞ୍ଚ ଦେଇଥିବା କହିଛନ୍ତି। ଦିଲ୍ଲୀରେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ଲାଗି ଟ୍ରକ୍‌ ଡ୍ରାଇଭରମାନଙ୍କୁ ହାରାହାରି ୨୦୨୫ ଟଙ୍କା ଲାଞ୍ଚ ଆକାରରେ ଦେବାକୁ ପଡ଼ିଛି, ଯାହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ ଏହି ସର୍ଭେ ରିପୋର୍ଟ ଉନ୍ମୋଚନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ଦୁଇ ତୃତୀୟାଂଶ(୬୭%) ଡ୍ରାଇଭର ଟ୍ରାଫିକ ଏବଂ ହାଇୱେ ପୁଲିସକୁ ଲାଞ୍ଚ ଦେଇଛନ୍ତି। ତେବେ ଗୁଆହାଟୀରେ ସର୍ବାଧିକ ୯୭.୫%, ଚେନ୍ନାଇରେ ୮୯% ଏବଂ ଦିଲ୍ଲୀରେ ୮୪.୪% ଡ୍ରାଇଭର ଲାଞ୍ଚ ଦେଉଥିବା ମାନିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories