www.samajalive.in
Sunday, December 7, 2025
13.1 C
Bhubaneswar

ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ ଓ ମନମୋହନ; ଶାହଙ୍କ ଇସ୍ତଫା ଦାବି କଲେ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ଏକ ପ୍ରତିନିଧିମଣ୍ଡଳ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। କେନ୍ଦ୍ର ସରକାର ରାଜଧର୍ମ ପାଳନ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପଦରୁ ହଟାଇବା ଲାଗି ପଦକ୍ଷେପ ନେଉ ବୋଲି କଂଗ୍ରେସ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବି ସାମିଲ ଥିଲେ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସୋନିଆ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ, କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଦିଲ୍ଲୀର ପରିସ୍ଥିତିକୁ ନେଇ ଅନେକ ପ୍ରସଙ୍ଗରେ ଆମେ ଆଲୋଚନା କରିଥିଲୁ। ଏ ନେଇ ଆମେ ରାଷ୍ଟ୍ରପତିଙ୍କୁ ଭେଟି ଅବଗତ କରାଇବାକୁ ନିଷ୍ପତ୍ତି ନେଇଥିଲୁ। ସେହି ଅନୁସାରେ ଆଜି ଆମେ ରାଷ୍ଟ୍ରପତିଙ୍କୁ ଭେଟି ଏକ ସ୍ମାରକପ୍ରତ ପ୍ରଦାନ କରିଛୁ। ଏଥିରେ ଆମେ ରାଷ୍ଟ୍ରପତିଙ୍କୁ ଜଣାଇଛୁ ଯେ, ହିଂସା ସମୟରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ଦେଖଣାହାରୀ ସାଜିଥିଲେ। ଗୃହ ମନ୍ତ୍ରୀ ଏବଂ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ଏତେ ସଂଖ୍ୟାରେ ଜୀବନ ହାନି ଘଟିବା ସହିତ କ୍ଷୟକ୍ଷତି ହୋଇଛି। ଗୃହମନ୍ତ୍ରୀ ହିଂସା ରୋକିବାକୁ ଅସମର୍ଥ ହୋଇଥିବାରୁ ତାଙ୍କୁ ତାଙ୍କ ପଦବୀରୁ ହଟାଯିବା ଉଚିତ। ନାଗରିକଙ୍କ ଜୀବନ, ସମ୍ପତ୍ତି ଏବଂ ସ୍ବାଧୀନତାକୁ ସୁରକ୍ଷିତ ରଖାଯାଉ। ଆମେ ଆଶା କରୁଛୁ ଆପଣ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories