www.samajalive.in
Sunday, December 7, 2025
23.1 C
Bhubaneswar

ମହିଳା ଟି-୨୦ ବିଶ୍ବକପ : ବାଲାଂ ବିପକ୍ଷରେ ଭାରତର ଦମଦାର ବିଜୟ

ପର୍ଥ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି ମହିଳା ଟି-୨୦ ବିଶ୍ବକପରେ ବାଲାଂଦେଶ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ବାଲାଂଦେଶକୁ ୧୮ ରନରେ ହରାଇ ଭାରତ ଚଳିତ ବିଶ୍ବକପରେ ତାର ଦ୍ବିତୀୟ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲର ଶିର୍ଷରେ ରହିଛି। ସୋମବାର ଖେଳାଯାଉଥିବା ମ୍ୟାଚରେ ଟସ୍ ଜିତି ବାଲାଂଦେଶ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସେଫାଳି ବର୍ମା ୩୯ ରନ କରିଥିବା ବେଳେ ଜେମିମା ରୋଡ୍ରିଗ୍ସ ୩୪ ରନ କରିଥିଲେ। ସଫାଳି ବର୍ମାଙ୍କ ଦମଦାର ୩୯ ରନ ପାଇଁ ତାଙ୍କୁ ପ୍ଲୋଆର ଅଫ ଦ ମ୍ୟାଚରେ ସମ୍ମାନୀତ କରାଯାଇଛି। ଭାରତର ୧୪୩ ରନ ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ପଡିଆକୁ ଓହ୍ଲାଇଥିବା ବାଲାଂଦେଶ ୨୦ ଓଭର ଖେଳି ୮ ୱିକେଟ ବିନିମୟରେ ୧୨୪ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ବାଲାଂଦେଶ ପକ୍ଷରୁ ୱିକେଟ କିପର ନିଗର ସୁଲତାନ ସର୍ବାଧିକ ୩୫ ରନ କରିଥିବା ବେଳେ ମୁରସିଦର ଖାତୁନ ୩୦ ରନ କରିଛନ୍ତି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ପୁନମ ଯାଦବ ୪ ଓଭରରେ ୧୮ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ପାଣ୍ତେ ୨ଟି,ଅନୁନ୍ଧତୀ ରେଡ୍ଡି ୨ଟି ଏବଂ ରାଜେଶ୍ବରୀ ଗାଏୱାଡ ଗୋଟିଏ ୱିକେଟ ନେଇଥିଲେ।

- Advertisement -

ବିଶ୍ବକପର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଥିବା ଭାରତୀୟ ଦ୍ବିତୀୟ ମ୍ୟାଚରେ ବାଲାଂଦେଶକୁ ୧୮ ରନରେ ପରାସ୍ତ କରି ଚଳିତ ବିଶ୍ବକପରେ ତାର ବିଜୟଧାରା ବଜାୟ ରଖିବାରେ ସକ୍ଷମ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories