www.samajalive.in
Tuesday, December 9, 2025
23.1 C
Bhubaneswar

ଦେହ ପାଇଁ ହିତକାରୀ ସେଓ

ସେଓରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ। ଏହାର ସ୍ବାଦ ମିଠା ହୋଇଥିବାରୁ ଅଧିକାଂଶ ଲୋକ ଏହା ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ଲୋକେ ସବୁଜ ସେଓ ପରିବର୍ତ୍ତେ ଲାଲ ସେଓ ଖାଇବାକୁ ଅଧିକ ପସନ୍ଦ କରନ୍ତି। ବିଶେଷଜ୍ଞଙ୍କ ମତରେ ଲାଲ ସେଓ ପରିବର୍ତ୍ତେ ସବୁଜ ସେଓ ଶରୀର ପାଇଁ ଅଧିକ ଲାଭଦାୟକ। କାରଣ ଏଥିରେ ଭରପୂର ମାତ୍ରାରେ ଆଇରନ୍, ପୋଟାସିୟମ୍, କ୍ୟାଲସିୟମ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ତତ୍ତ୍ବ ରହିଛି ।

ଲାଲ ସେଓ ଅପେକ୍ଷା ସବୁଜ ସେଓରେ ଅଧିକ ମାତ୍ରାରେ ଫାଇବର ଓ କମ୍ ମାତ୍ରାରେ ଶର୍କରା ରହିଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ।
ଏକ ଗବେଷଣାରୁ ଜଣାପଡିଛି, ସବୁଜ ସେଓରେ ଫ୍ଲାବୋନଏଡ୍ସ ରହିଛି। ଯାହା ଶ୍ବାସରୋଗୀ ପାଇଁ ଭଲ।
ସବୁଜ ସେଓ ନିୟମିତ ସେବନ କରିବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ।
ସବୁଜ ସେଓ ଏଭଳି ପୋଷକ ତତ୍ତ୍ବ ରହିଥାଏ, ଯାହା କୋଲେଷ୍ଟେରୋଲ ସ୍ତରରୁ କମ୍ କରେ। ଏଥିରେ ଥିବା ଫ୍ଲାବୋନଏଡ୍ସ ହୃଦଘାତ୍ ଜନିତ ରୋଗକୁ କମ୍ କରୁଥିବାର ବିଶେଷଜ୍ଞଙ୍କ ମତ।
ସବୁଜ ସେଓରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ବାରା ଚେହେରାରେ ଚମକ ଆସେ।
ବୈଜ୍ଞାନିକ ମତ ଅନୁଯାୟୀ ନିୟମିତ ଭାବରେ ସବୁଜ ସେଓ ଖାଇବା ଦ୍ବାରା ରକ୍ତ ବିଶୁଦ୍ଧ ହେବା ସହ ଷ୍ଟ୍ରୋକ ହେବାର ଆଶଙ୍କା କମ୍ ଥାଏ।
ସବୁଜ ସେଓରେ ଭିଟାମିନ୍ ଏ, କ୍ୟାଲସିୟମ, ଫାଇବର ଓ ଅନେକ ପୋଷକ ତତ୍ତ୍ବ ରହିଛି। ଏହାକୁ ନିୟମିତ ସେବନ କରିବା ଦ୍ବାରା ହାଡ ଜନିତ ସମସ୍ୟା ଏବଂ ଅଷ୍ଟିଓପୋରୋସିସ୍ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ।
ନିୟମିତ ସବୁଜ ସେଓ ଖାଇବା ଦ୍ବାରା ଆଖି ଜ୍ୟୋତି ବୃଦ୍ଧି ହୋଇଥାଏ ଏବଂ ମାନସିକ ଚିନ୍ତା ମଧ୍ୟ କମ୍ ହେଉଥିବାର ପ୍ରକାଶ।
ଏହାକୁ ନିୟମିତ ସେବନ ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ସହ ରୋଗ ପ୍ରତିରୋଧକ ପ୍ରକ୍ରିୟା ସଠିକ୍ ରହିଥାଏ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories