www.samajalive.in
Sunday, December 7, 2025
14.1 C
Bhubaneswar

ଅହମ୍ମଦାବାଦରୁ ଆଗ୍ରା, ପରେ ଦିଲ୍ଲୀ: ଜାଣନ୍ତୁ କେଉଁ ସମୟରେ ଟ୍ରମ୍ପଙ୍କ କେଉଁ କାର୍ଯ୍ୟକ୍ରମ

ସମାଜ ପୋର୍ଟାଲ ଡେସ୍କ : ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ରବିବାର ଆମେରିକାରୁ ବାହାରିଛନ୍ତି। ଆସନ୍ତାକାଲି ଅର୍ଥାତ ସୋମବାର ସକାଳ  ୧୧ଟା ୪୦ରେ ଗୁଜୁରାଟ ଅହମ୍ମଦାବାଦ ସର୍ଦାର ବଲ୍ଲବଭାଇ ଅନ୍ତରାଷ୍ଟୀୟ ବିମାନ ବନ୍ଦରରେ ଅବତରଣ କରିବେ।  ଡୋଲାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ଭାରତ ଆସୁଛନ୍ତି। ଡୋଲାଲ୍ଡ ଟ୍ରମ୍ପଙ୍କର ଭାରତରେ ୪୮ଘଣ୍ଟାର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଅହମ୍ମଦାବାଦ,ଆଗ୍ରା ଏବଂ ଦିଲ୍ଲୀ ଗସ୍ତ କରିବେ। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁରକ୍ଷା ପାଇଁ ୩୦ ଜଣ ଗୁଇନ୍ଦା ଅଧିକାରୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହି ଗୁଇନ୍ଦା ଅଧିକାରୀମାନେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଆମେରିକାର ଗୁଇନ୍ଦା ସୁରକ୍ଷା ଅଧିକାରୀ ଟ୍ରମ୍ପ ରାତ୍ରୀଯାପନ କରିବାକୁ ସ୍ଥିର ହୋଇଥିବା ଦିଲ୍ଲୀର ମୌର୍ଯ୍ୟ ହୋଟେଲ ରୋଡରେ ଉଚ୍ଚକ୍ଷମତା ସମ୍ପନ୍ନ ଏବଂ ନାଇଟ୍ ଭିଜନ ସିସିଟିଭି ଲଗାଇବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏହା ସହ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦିନିଆ ଗସ୍ତର କାର୍ଯ୍ୟସୂଚୀ ଜାରି କରାଯାଇଛି। ଜାଣନ୍ତୁ କେଉଁ ସମୟରେ ଟ୍ରମ୍ପଙ୍କର କେଉଁ କାର୍ଯ୍ୟକ୍ରମ…..

ସୋମବାର,୨୪ ଫେବୃଆରୀ ୨୦୨୦

- Advertisement -

• ସକାଳ ୧୧.୪୦-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦର ସର୍ଦାର ବଲ୍ଲବଭାଇ ଅନ୍ତରାଷ୍ଟୀୟ ବିମାନ ବନ୍ଦରରେ ଅବତରଣ କରିବେ।
• ଅପରାହ୍ନ ,୧୨.୧୫- ଡୋନାଲ୍ଡ ଟ୍ରମ୍ପ ସାବରମତି ଆଶ୍ରମ ପରିଦର୍ଶନ
• ଅପରାହ୍ନ,୧.୦୫-ମୋଟାରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ
• ଅପରାହ୍ନ ,୩.୩୦- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗ୍ରା ଅଭିମୁଖେ ଯାତ୍ରା ଆରମ୍ଭ କରିବେ
• ସନ୍ଧ୍ୟା,୪.୪୫- ଡୋନାଲ୍ଡ ଟ୍ରମ୍ପ ଆଗ୍ରାରେ ପହଞ୍ଚିବେ
• ସନ୍ଧ୍ୟା,୫.୧୫- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ତାଜମହଲ ପରିଦର୍ଶନ
• ସନ୍ଧ୍ୟା,୬.୪୫-ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପ ଦିଲ୍ଲୀ ଅଭିମୁଖେ ଯାତ୍ରା  କରିବେ

• ସନ୍ଧ୍ୟା,୭.୩୦- ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପ ଦିଲ୍ଲୀରେ ପହଞ୍ଚିବେ

ମଙ୍ଗଳବାର,୨୫ ଫେବୃଆରୀ,୨୦୨୦

  • ସକାଳ,୧୦.୦୦- ଆମେରିକା ରାଷ୍ଟ୍ରପତିଙ୍କୁ ଭାରତର ରାଷ୍ଟ୍ରପତି ଭବନ ପକ୍ଷରୁ ପାରମ୍ପରିକ ଭାବେ ସ୍ବାଗତ କରାଯିବ
    • ସକାଳ,୧୦.୩୦- ଡୋନାଲ୍ଡ ଟ୍ରମ୍ପ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ମାଲ୍ୟାର୍ପଣ କରିବେ
    • ସକାଳ,୧୧.୦୦-ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା
    • ଅପରାହ୍ନ,୧୨.୪୦-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାଇଦ୍ରାବାଦ ହାଉସରେ ବୁଝାମଣାପତ୍ର ସ୍ବାକ୍ଷରିତ କରିବା ସହ ଗଣମାଧ୍ୟକୁ ମିଳିତ ବିବୃତ୍ତି ପ୍ରଦାନ କରିବେ
    • ସନ୍ଧ୍ୟା,୭.୩୦-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା
  •  ରାତି ୧୦.୦୦- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories