www.samajalive.in
Tuesday, December 9, 2025
15.1 C
Bhubaneswar

ଜନ୍ମ ହେଉହେଉ ରାଗରେ ଡାକ୍ତରଙ୍କୁ ଅନାଇଲା ଶିଶୁ…..

ସମାଜ ପୋର୍ଟାଲ ଡେସ୍କ : ଅଧିକାଂଶ ସମୟରେ ଦେଖାଯାଏ ଜନ୍ମ ହେଉହେଉ ଶିଶୁ କାନ୍ଦିଥାନ୍ତି। ଆଉ ଜନ୍ମ ସମୟରେ ଶିଶୁ କାନ୍ଦିଲେ ଶିଶୁଟି ସୁସ୍ଥ ଅଛି ବୋଲି ଡାକ୍ତରମାନେ ନିର୍ଦ୍ଧାରଣ କରନ୍ତି। କିନ୍ତୁ ଜନ୍ମ ହେଉ ହେଉ ଶିଶୁ ରାଗିବ ତାହା ହୁଏତ କାହାକୁ ବିଶ୍ବାସ ହେବ ନାହିଁ। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହେବେ ବ୍ରାଜିଲରେ ଏପରି ଏକ ଘଟଣା ଘଟିଛି। ଜନ୍ମ ହେବାପରେ କାନ୍ଦିବା ବଦଳରେ ଏକ ନବଜାତ ଶିଶୁ  ରାଗରେ ଡାକ୍ତଙ୍କୁ ଅନାଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ରାଜିଲର ରିୟୋ ଡି ଜେନେରିୟୋରେ ଏକ ହସ୍ପିଟାଲରେ ଜାନୁଆରୀ ୧୩ରେ ଏକ ଶିଶୁର ଜନ୍ମ ହୋଇଥିଲା। କିନ୍ତୁ ଜନ୍ମପରେ ସାଧାରଣତଃ ଶିଶୁ ମାନେ କାନ୍ଦନ୍ତି କିନ୍ତୁ ଏହି ନବଜାତ ଶିଶୁଟି କାନ୍ଦିନଥିଲା। ଏହାପରେ ଡାକ୍ତର ଚେଷ୍ଟା କରିଥିଲେ ଗର୍ଭନଳୀ କଟାଯିବା ପୂର୍ବରୁ ଶିଶୁଟିକୁ କନ୍ଦାଇବା ପାଇଁ କିନ୍ତୁ ଏହି ସମୟରେ ଶିଶୁଟି ରାଗରେ ଡାକ୍ତରଙ୍କୁ ଦେଖୁଥିଲା। ଯାହା ଦେଖିବା ପରେ ଡାକ୍ତର ଚକିତ ହୋଇଯାଇଥିଲେ। ଏହି ସମୟରେ ଡାକ୍ତର ଶିଶୁଟିର ଫଟୋ ଉଠାଇଥିଲେ। ଡାକ୍ତର ଜଣଙ୍କ କହିଥିଲେ ସେ ଏହାପୂର୍ବରୁ ଏପରି କେବେ ଦେଖିନାହାନ୍ତି।

ଡାକ୍ତର ଜଣଙ୍କ କହିଛନ୍ତି ଯେତେବେଳେ ଗର୍ଭନଳୀ କାଟିଥିଲେ ଶିଶୁଟି କାନ୍ଦିନଥିଲା। ଆଖି ଖୋଲିବା ପରେ ରାଗରେ ଅନାଇଥିଲା। ଯାହା ପରେ ଏହି ଫଟୋକୁ ଉଠାଯାଇଥିଲା। ଶିଶୁଟିର ମା ନିଜ ନବଜାତ ସନ୍ତାନର ଏଭଳି ରାଗରେ ଅନାଇବାକୁ ଦେଖି କହିଛନ୍ତି ମୋ ସନ୍ତାନ ଜନ୍ମରୁ ବାହାଦୂର। ଏଣୁ ସେ ଶିଶୁଟିର ନାମ ଇସାବେଲ ପରେରା ଡି ଜିସସ୍ ରଖିଛନ୍ତି। ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହି ଫଟୋକୁ ନେଇ ବଭିନ୍ନ ମଜାଦାର ତଥ୍ୟମାନ ଲେଖାଯାଇଛି।

- Advertisement -

ସୌଜନ୍ୟ : ଅମର ଉଜାଲା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories