www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଅପଡେଟ: ସିଙ୍ଗାପୁର ନ ଯିବାକୁ ପରାମର୍ଶ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ସିଙ୍ଗାପୁର ନଯିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ନିହାତି ଜରୁରୀ କାମ ନଥିଲେ ଭାରତୀୟମାନେ ସିଙ୍ଗାପୁର ନ ଯିବା ପାଇଁ ସରକାରୀ ଭାବେ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲିଠାରୁ ନେପାଳ, ଇଣ୍ଡୋନେସିଆ, ଭିଏତନାମ, ମାଲେସିଆ ଆଦି ଦେଶରୁ ଭାରତ ଆସୁଥିବା ବିମାନ ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯିବ। ଏବେ ଚୀନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଜାପାନରୁ ଆସୁଥିବା ବିମାନ ଯାତ୍ରୀମାନଙ୍କୁ ୨୧ଟି ନିର୍ଦ୍ଧାରିତ ବିମାନ ବନ୍ଦରରେ ପରୀକ୍ଷା କରାଯାଉଛି। ସେମାନେ କରୋନା ଭୂତାଣୁରେ ସଂକ୍ରମିତ କି ନୁହେଁ, ତାହା ନିର୍ଦ୍ଧାରଣ କରାଯାଉଛି।

ଏ ନେଇ କ୍ୟାବିନେଟ୍‍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଓ ଭାରତୀୟମାନଙ୍କ ନିରାପତ୍ତା ନେଇ ସମୀକ୍ଷା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ସରକାରଙ୍କ ବ୍ୟାପକ ତଦାରଖ ବ୍ୟବସ୍ଥା ଓ ପଦକ୍ଷେପ ଯୋଗୁଁ ଭାରତ କରୋନା ସଂକ୍ରମଣରୁ ଏଯାଏ ସୁରକ୍ଷିତ ରହିଛି। ଏବୋଲା, ନିଫା ଓ ସ୍ୱାଇନ୍‍ଫ୍ଲୁ ଭଳି ରୋଗର ମୁକାବିଲା କରିବା ପାଇଁ ଅତୀତରେ ଭାରତୀୟ ଚିକିତ୍ସକ, ଚିକିତ୍ସା କର୍ମଚାରୀ ଓ ଅନ୍ୟ ସଂପୃକ୍ତ ପକ୍ଷ ଯେଉଁଭଳି ଭାବେ ତତ୍ପରତା ପ୍ରକାଶ କରିଥିଲେ, ଏଥର ମଧ୍ୟ ସେହିଭଳି ତତ୍ପରତା ଦେଖାଇଛନ୍ତି ବୋଲି ସେ କହିଛନ୍ତି। ଗତକାଲି ମୁମ୍ବାଇଠାରେ ଆନ୍ତର୍ଜାତିକ ଲୋକସଂଖ୍ୟା ବିଜ୍ଞାନ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅବସରରେ ସେ କହିଛନ୍ତି ଯେ ଭାରତ ଏବେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଯୋଗାଣ ନୀତିକୁ ସଂପୂର୍ଣ୍ଣ ଭାବେ ସଫଳ କରିବା ସ୍ଥିତିରେ ପହଞ୍ଚିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକ ଅନୁସାରେ ଭାରତ ଏ ଦିଗରେ କାର୍ଯ୍ୟ କରୁଛି। ଖୁବ୍‍ କମ୍‍ ଦିନରେ ଜନସଂଖ୍ୟା ଅନୁପାତରେ ଦେଶରେ ଯେତେ ଡାକ୍ତର ରହିବା କଥା, ସେ ଲକ୍ଷ୍ୟ ପୂରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories