www.samajalive.in
Sunday, December 7, 2025
23.1 C
Bhubaneswar

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡା : ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଛତିଶଗଡ ପୁଲିସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର ଲୋକ ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଶନିବାର ସନ୍ଧ୍ୟା ୭ଟାରେ ଅନୁପଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କ ଭାଇ ଓ ଭାଉଜ ଜିଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ଧାରଣାରେ ବସିବା ସହ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ପରିବାର ଲୋକେ କହିଛନ୍ତି, ରାୟଗଡ଼ ପୁଲିସ ସେମାନଙ୍କୁ ଧମକ ଦେଉଛି। ରାତିଅଧରେ ଉଠାଇନେବାକୁ କହୁଛି ଏଣୁ ଆମକୁ ସୁରକ୍ଷା ଦରକାର ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଛତିଶଗଡ ପୁଲିସ ଅନୁପ ସାଏଙ୍କୁ ମାନସିକ ଚାପ ପକାଉ ଥିବା ଆଜି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହାର ପ୍ରତିବାଦ ରେ ଆଜି ସନ୍ଧ୍ୟା ରେ ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁପଙ୍କ ପରିବାର ଲୋକେ ଧାରଣା ଦେଇଛନ୍ତି। ସେମାନେ କହିଛନ୍ତି ଅନୁପ ନିର୍ଦୋଷ ଅଟନ୍ତି। ତାଙ୍କୁ ଏହି ମାମଲାରେ ଫସାଇଦିଆ ଯାଇଛି । ଏହାସହ ଛତିଶଗଡ ପୁଲିସ ତାଙ୍କୁ ତଦନ୍ତ ସମୟ ରେ ମାନସିକ ଚାପ ପକାଇ ହତ୍ୟାକାଣ୍ଡ କରି ଥିବା ସ୍ୱୀକାର କରିବା ପାଇଁ କହୁଛି । ଯଦି ସେ ହତ୍ୟା କରି ଥିବା ସ୍ୱୀକାର ନ କରିବେ ତେବେ ପୁଲିସ ତାଙ୍କ ପରିବାର ବର୍ଗଙ୍କୁ ଗିରଫ କରାଯିବ ବୋଲି ଭୟଭୀତ କରୁଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଛତିଶଗଡ଼ ପୁଲିସର ଅତ୍ୟାଚାର ବିରୋଧରେ ହସ୍ତକ୍ଷେପ କରି ଅନୁପଙ୍କ ଉପରେ କରାଯାଉ ଥିବା ମାନସିକ ଚାପକୁ ବନ୍ଦ କରାଯଉ ବୋଲି ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ ପର୍ୟ୍ୟନ୍ତ ଛତିଶଗଡ ପୁଲିସ ଅନୁପଙ୍କ ଉପରେ ଅତ୍ୟାଚାର କରିବା ବନ୍ଦ ନ କରିବେ ସେ ପର୍ୟ୍ୟନ୍ତ ଅନଶନ ଜାରି ରହିବ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories