www.samajalive.in
Tuesday, December 9, 2025
17.1 C
Bhubaneswar

ଶନିବାରଠାରୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା : ଚୁଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ବର :  ଆଉ ଦିନକପରେ କଟକ-ଭୁବନେଶ୍ବରରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ତେବେ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡ଼ିୟମରେ ଶନିବାର ବିଧିବଦ୍ଧ ଭାବେ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଉଦ୍‌ଘାଟନ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁୁତି ଚାଲିଛି। ଇଣ୍ଡୋର ଷ୍ଟାଡ଼ିୟମରେ ଟେବୁଲ ଟେନିସ ଓ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।

ତେବେ ଶୁକ୍ରବାରଠାରୁ କିଟ୍‌ରେ କିଛି ଖେଳ ଆରମ୍ଭ ହେବ। ଏଥିପାଇଁ କିଟ୍‌ ବିଶ୍ବବିଦ୍ୟାଳୟ ସଜେଇ ହୋଇଥିବା ବେଳେ କ୍ରୀଡ଼ା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରାଯାଇଛି। ମୋଟ ୧୭ଟି ପ୍ରତିଯୋଗିତା ମଧ୍ୟରୁ କିଟ୍‌ରେ ୧୪ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଫୁଟବଲ, ହକି, ଭଲିବଲ, ବାସ୍କେଟବଲ, କବାଡ଼ି, ରଗ୍‌ବୀ, ସନ୍ତରଣ, ବକ୍ସିଂ, ଫେନ୍‌ସିଂ, ତୀରନ୍ଦାଜି, ଭାରୋତ୍ତୋଳନ, କୁସ୍ତି, ଜୁଡୋ ଓ ଟେନିସ ଆଦି ବିଭାଗରେ​‌ ପ୍ରତିଯୋଗିତା  ଅନୁଷ୍ଠିତ ହେବ। ଏଥିପାଇଁ କଟକ-ଭୁବନେଶ୍ବରକୁ ସୁନ୍ଦରଭାବେ ସଜାଯାଇଛି।

- Advertisement -

ଓଡ଼ିଶା ସରକାର ଓ କିଟ୍‌ ବିଶ୍ବବିଦ୍ୟାଳୟର ମିିଳିତ ସହଯୋଗରେ ଏହି ପ୍ରତିଯୋଗିତା ଅନୁ​ଷ୍ଠିତ ହେବ। ଏହି ପ୍ରତିଯୋଗିତା ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories