www.samajalive.in
Sunday, December 7, 2025
18.1 C
Bhubaneswar

ଦୋ’ଛକିରେ ଡିଆରଡିଏ – ଜିଲା ପରିଷଦ ମିଶ୍ରଣ

-ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବିତିଲାଣି ୪ ବର୍ଷ
-ଅନ୍ୟ ରାଜ୍ୟ କଲେଣି, ଓଡ଼ିଶାରେ ହୋଇପାରୁନି
-କାମଚଳା ବ୍ୟବସ୍ଥାରେ ଚାଲିଛି କର୍ମଚାରୀଙ୍କ ଦରମା ବଣ୍ଟନ

ବଲାଙ୍ଗୀର (ପାର୍ଥ ମହାପାତ୍ର): ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା। ଗାଁ ଗୁଡ଼ିକୁ ନେଇ ଗ୍ରାମ ପଞ୍ଚାୟତ, ପଞ୍ଚାୟତଗୁଡ଼ିକୁ ନେଇ ପଞ୍ଚାୟତ ସମିତି ଓ ଜିଲାର ସମସ୍ତ ବ୍ଲକକୁ ନେଇ ଜିଲା ପଞ୍ଚାୟତ ପାଇଁ କେନ୍ଦ୍ର ସରକାର କେବେଠୁ ପ୍ରସ୍ତାବ ପାରିତ କରିସାରିଲେଣି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ହୋଇଛି। କିଛି ରାଜ୍ୟରେ ଏହା କାର୍ଯ୍ୟକାରୀ ହେଲାଣି। ହେଲେ ଓଡ଼ିଶାରେ ଏହା ଲାଗୁ ହୋଇପାରି ନାହିଁ। ୪ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କେବଳ ଘୋଷଣାରେ ସୀମିତ ରହିଯାଇଛି। ଆଉ ଏହା ଫଳରେ ଜିଲାର ବିକାଶ ପାଇଁ କାର୍ଯ୍ୟ କରୁଥିବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲା ପରିଷଦର ମିଶ୍ରଣ ହୋଇପାରୁ ନାହିଁ। ଫଳରେ ବହୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଦୋ’ଛକିରେ ରହିଛି ଉଭୟ ବିଭାଗର ମିଶ୍ର ପ୍ରକ୍ରିୟା।

- Advertisement -

ଗ୍ରାମ ପଞ୍ଚାୟତ, ପଞ୍ଚାୟତ ଗୁଡ଼ିକୁ ପଞ୍ଚାୟତ ସମିତି ଗଠିତ ହୋଇଥିବା ବେଳେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‍ଡିଏ) ଓ ଜିଲା ପରିଷଦ ଅଲଗା ଅଲଗା ରହିବେ ନାହିଁ। ତେଣୁ ଡିଆର୍‍ଡିଏ ଓ ଜିଲା ପରିଷଦ ମିଶ୍ରଣ ହେବ।। ଏହାକୁ ଜିଲା ପଞ୍ଚାୟତ ଭାବେ ଗ୍ରହଣ କରାଯିବ। କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ ବହୁ ବର୍ଷ ବିତି ସାରିଲାଣି। ୨୦୧୬ରେ ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କଥା ଘୋଷଣା କରିଥିଲେ। ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, କେନ୍ଦ୍ର ସରକାର ଡିଆର୍‍ଡିଏକୁ ପାଣ୍ଠି ଦେଉ ନାହାନ୍ତି। ତେଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି-ଡିଆର୍‍ଡିଏ ଓ ଜିଲା ପରିଷଦକୁ ମିଶାଇଦେବେ। ଫଳରେ ଓଡ଼ିଶାର ଗ୍ରାମଞ୍ଚଳ ବିକାଶ ହୋଇପାରିବ। କିନ୍ତୁ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲା ପରିଷଦ ଓ ଡିଆର୍‍ଡିଏର ମିଶ୍ରଣ କରାଯାଇ ନାହିଁ। ଫଳରେ ଅନେକ ସମସ୍ୟା ଦେଖାଦେଉଛି। ଯାହାକି ଲୋକଲୋଚନକୁ ଆସିପାରୁ ନାହିଁ।

image credit – file photo twitter

ସୂଚନାଯୋଗ୍ୟ ଯେ, ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲାରେ ଥିବା ଜିଲା ପରିଷଦକୁ ଜିଲାର ବିକାଶ ପାଇଁ କେନ୍ଦ୍ରୀୟ ଫାଇନାନ୍ସ କମିଶନ୍‍ ଓ ରାଜ୍ୟ ଫାଇନାନ୍ସ କମିଶନ ସହ ଅନ୍ୟ ଯୋଜନାରେ ଆର୍ଥିକ ସହାୟତା ଦିଆଯାଉଛି। ସେହିପରି ଡିଆର୍‍ଡିଏରେ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ଜିଲା ପରିଷଦ କାର୍ଯ୍ୟାଳୟକୁ ବି ସ୍ଥାନାନ୍ତରିତ କରାଯାଇଛି। ରାଜ୍ୟ ସରକାର ଦେଉଥିବା କିଛି ଯୋଜନା ବାବଦରେ ପାଣ୍ଠି ଓ ଇନ୍ଦିରା ଆବାସ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ବାବଦରେ କେନ୍ଦ୍ରରୁ ଡିଆର୍‍ଡିଏକୁ ଅର୍ଥ ଆସୁଛି। ସେଥିରେ ମଧ୍ୟ ବହୁ ବିଳମ୍ବ ହେଉଛି। ଡିଆର୍‍ଡିଏ କେବଳ ନାମକୁ ମାତ୍ର ରାଜ୍ୟ ସରକାରଙ୍କ ଯୋଜନାରୁ ଅର୍ଥ ଖର୍ଚ୍ଚ କରିପାରୁ ଥିବା ବେଳେ ଇନ୍ଦିରା ଆବାସ ଓ ମନରେଗାରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି ଟଙ୍କା। ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟର ବିଭିନ୍ନ ଜିଲାର ଡିଆର୍‍ଡିଏରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେବା ସମସ୍ୟା ପାଲଟିଛି। ବିଭିନ୍ନ ପାଣ୍ଠିରୁ ଯୋଗାଡ କରି କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଭରଣା କରାଯାଉଛି।

ଗୋଟିଏ ପଟେ କେନ୍ଦ୍ରର ନିଷ୍ପତ୍ତି ଓ ଅନ୍ୟପଟେ ଓଡ଼ିଶାଙ୍କ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଘୋଷଣାକୁ ବିତି ଗଲାଣି ୪ ବର୍ଷ। ହେଲେ ଡିଆର୍‍ଡିଏ ଓ ଜିଲା ପରିଷଦ କାର୍ଯ୍ୟାଳୟ ଭିନ୍ନ ଭିନ୍ନ ଭାବେ କାର୍ଯ୍ୟ କରୁଛି। ଜିଲା ଗୁଡ଼ିକର ବିକାଶ ପାଇଁ ଯଦି ରାଜ୍ୟ ସରକାରଙ୍କର ଏତେ ଚିନ୍ତା ତେବେ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରି ଉଭୟ ଡିଆର୍‍ଡିଏ ଓ ଜିଲ ପରିଷଦର ମିଶ୍ରଣ କରାଯାଇଥାନ୍ତା। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଘୋଷଣା କେବଳ ଘୋଷଣାରେ ସୀମିତ ରହିଯାଇଛି।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories