www.samajalive.in
Tuesday, December 9, 2025
16.1 C
Bhubaneswar

ବର-କନିଆଙ୍କ ସଠିକ୍ ବୟସ ବ୍ୟବଧାନକୁ ନେଇ ଗବେଷଣା

ପ୍ରେମ ବିବାହ ହେଉ କିମ୍ବା ପିତାମାତାଙ୍କ ସ୍ବୀକୃତିରେ ବିବାହ, ପ୍ରଥମେ ବର-କନିଆଙ୍କ ବୟସ ସମ୍ପର୍କରେ କଥା ପଡ଼େ। ଏହା କେବଳ ଆମ ଭାରତରେ ନୁହେଁ, ବରଂ ବିଶ୍ବର ଅନ୍ୟ ପ୍ରାନ୍ତର ମଧ୍ୟ ମୁଖ୍ୟ ପ୍ରସଙ୍ଗ। ବର-କନିଆଙ୍କ ସଠିକ୍ ବୟସ ନେଇ ନ୍ୟୁଜିଲାଣ୍ଡ ବିଶେଷଜ୍ଞ ଦଳ ୨ହଜାର ଦମ୍ପତିଙ୍କ ଉପରେ ଗବେଷଣା କରିଥିଲେ।

– ବିଭିନ୍ନ ବୟସର ଦମ୍ପତି ଏଥିରେ ସାମିଲ ଥିଲେ। ତେବେ ଲକ୍ଷ୍ୟ କରାଯାଇଥିଲା ଯେ କମ୍ ବୟସ ବ୍ୟବଧାନ ଥିବା ଦମ୍ପତିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ। ଏହି ବର୍ଗର ଦମ୍ପତିଙ୍କ ମଧ୍ୟରେ ଅତିବେଶୀରେ ୩-୪ ବର୍ଷ ବୟସ ବ୍ୟବଧାନ ଥିଲା। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏ ବର୍ଗରେ ପୁରୁଷମାନେ ମହିଳାଙ୍କଠାରୁ ବୟସରେ ବଡ଼ ଥିଲେ।

- Advertisement -

– ୭ ରୁ ୧୦ ବର୍ଷ ବ୍ୟବଧାନ ଥିବା ଦମ୍ପତିଙ୍କ ମଧ୍ୟରେ ନିୟମିତ ଭାବେ କଳିଝଗଡ଼ା ହୁଏ। ୬୦ ବର୍ଷ ଅତିକ୍ରମ ପରେ ଏମାନଙ୍କ ମଧ୍ୟରେ ରୀତିମତ ଝଗଡ଼ା ହୋଇଥାଏ।

– ଏଭଳି ବର୍ଗର ଦମ୍ପତି ମଧ୍ୟ ସାମିଲ ଥିଲେ, ଯେଉଁଥିରେ ମହିଳାମାନେ ପୁରୁଷଙ୍କଠାରୁ ବୟସରେ ବଡ଼ ଥିଲେ। ଏହି ବର୍ଗରେ ମହିଳାମାନେ କେବଳ ହୁକୁମ୍ ଦେଇଥାନ୍ତି। ପୁରୁଷମାନେ ବାଧ୍ୟ ହୋଇ ପତ୍ନୀଙ୍କ ନିର୍ଦେଶରେ ଚାଲିଥାନ୍ତି।

ବିଶେଷଜ୍ଞଙ୍କ ଅନୁସନ୍ଧାନରୁ ପ୍ରକାଶ ଯେ ସଠିକ୍ ବୟସର ଦମ୍ପତିଙ୍କ ସଫଳତାର ସୂତ୍ର ହେଉଛି ସେମାନଙ୍କ କମ୍ ବୟସ ବ୍ୟବଧାନ ସହ ଉତ୍ତମ ବୁଝାମଣା। ଏଣୁ ସନ୍ତାନଙ୍କ ବିବାହ ପୂର୍ବରୁ ପିତାମାତା ଏହି ଦିଗ ପ୍ରତି ଦୃଷ୍ଟିଦେବା ଆବଶ୍ୟକ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories