www.samajalive.in
Sunday, December 7, 2025
26.1 C
Bhubaneswar

ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଅମୁଲ ଫେସ୍‍ ପ୍ୟାକ୍‍

ତ୍ୱଚାର ସୁନ୍ଦରତା ପାଇଁ ଏହାର ବିଶେଷ ଭାବେ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ସପ୍ତାହକୁ ୨ ରୁ ୩ଥର ଫେସ ପ୍ୟାକର ବ୍ୟବହାର କରିବା ଉଚିତ। ବଜାରରେ ବିଭିନ୍ନ ପ୍ରକାରର ଫେସ ପ୍ୟାକ୍‍ ମିଳିଥାଏ, ମାତ୍ର ସେଥିରେ କେମିକାଲର ମାତ୍ରା ଥିବାରୁ ବହୁ ସମୟରେ ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ। ଘରୋଇ ଉପାୟରେ କିଛି ଦ୍ରବ୍ୟ ବ୍ୟବହାର କରି ଆପଣ ଫେସ ପ୍ୟାକ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିପାରିବେ। ଜାଣନ୍ତୁ ଏ ବିଷୟରେ ….
ଆପଣଙ୍କୁ ଯଦି ଏପରି ଅନୁଭବ ହେଉଛି ଆପଣଙ୍କର ମୁହଁର ଚମକ କମି ଯାଇଛି ତେବେ ୧ ଚାମଚ ଅମୁଲରେ , ୨ ଚାମଚ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ କିଛି ସମୟ ରଖିବା ପରେ ମୁହଁ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ମୁହଁର ଉଜ୍ୱଳତା ବୃଦ୍ଧି ପାଇଥାଏ।
ସଭିଏଁ ଜାଣନ୍ତି ତ୍ୱଚା ପାଇଁ ମୁଲତାନୀ ମାଟି ଖୁବ ଲାଭଦାୟକ। ବିଶେଷ କରି ତେଲିଆ ତ୍ୱଚାମାନଙ୍କ ପାଇଁ ଖୁବ ଉପକାରୀ। ସମାନ ମାତ୍ରାରେ ମୁଲତାନୀ ମାଟି ଓ ଅମୁଲରେ ପାଣି, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଲଗାଇ ମୁହଁରେ କିଛି ସମୟ ରଖି ପାଣିରେ ଧୋଇ ଦିଅନ୍ତୁ।
ମୁହଁରେ ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଥିଲେ ଅମୁଲରେ ଗୋଲାପ ଜଳ, ମହୁ ମିଶାଇ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ୧୫ ମିନିଟ ଏହି ପେଷ୍ଟକୁ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚତ୍ମକାର ଅନୁଭବ କରିବେ।
କେଶରରେ ଅମୁଲ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାଇଲେ ଆପଣ ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories