www.samajalive.in
Tuesday, December 9, 2025
26.1 C
Bhubaneswar

ଆଉ ଯିବାକୁ ପଡିବନି ସରକାରୀ କାର୍ଯ୍ୟାଳୟ, ଘରେ ବସି ଅନଲାଇନରେ ହେବ ସବୁ କାରବାର

ଭୁବନେଶ୍ବର: ଏଣିକି କୌଣସି କାର୍ଯ୍ୟପାଇଁ ଯିବାକୁ ପଡିବନି ସରକାରୀ କାର୍ୟ୍ୟାଳୟ କିମ୍ବା କାମ ଟିକିଏ କରିବା ପାଇଁ ବାରବାର୍ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। କାରଣ ଏଣିକି ଅନଲାଇନରେ ଉପଲବ୍ଧ ହେବ ସମସ୍ତ ସୁବିଧା । ଘରେ ବସି ସମସ୍ତ ସୁବିଧା ଅନଲାଇନରେ ସବୁ ସୁବିଧା ପାଇବେ ଜନସାଧାରଣ। ସୋମବାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କରି ବିଧାନସଭାରେ ନିଜର ବିବୃତି ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ ୧୫ ସୁଦ୍ଧା କୌଣସି ଲୋକ ସରକାରୀ କାର୍ଯ୍ୟାଳୟକୁ ଯିବେ ନାହିଁ । ଘରେ ବସି ଅନଲାଇନରେ ସବୁ ସୁବିଧା ପାଇବେ ଜନସାଧାରଣ । ସବୁ କାରବାର ଅନଲାଇନରେ ହେବ । ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟ ସରକାରଙ୍କ ସବୁ ବିଭାଗ ‘ମୋ ସରକାର’ ଅଧିନରେ ରହିବ । ଏହା ସହ ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ଅଗ୍ରାଧିକାର ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଅନଲାଇନ ସର୍ଭିସ୍ ଅବା କମନ୍ ସର୍ଭିସ ସେଣ୍ଟର କିମ୍ବା ଡୋର୍ ଡେଲିଭରି ଜରିଆରେ ଲୋକଙ୍କୁ ସରକାରୀ ବ୍ୟବସ୍ଥାର ସୁଫଳ ମିଳିପାରିବ । ସେହିଭଳି ଏପ୍ରିଲ ୧ରୁ ବ୍ୟାଙ୍କ ଜରିଆରେ ସମସ୍ତ ଭତ୍ତା ପ୍ରଦାନ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ବିଭାଗକୁ ମୋ ସରକାର ଅଧୀନକୁ ଆଣିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି । ରାଜ୍ୟ ସରକାର ଫାଇଭ୍-ଟି ଆଧାରରେ ରାଜ୍ୟର ପ୍ରଶାସନିକ କାର୍ଯ୍ୟସବୁ କରିବାର ଯୋଜନା ପରିଛନ୍ତି । ଯାହା ଫଳରେ ସରକାରୀ କାର୍ଯ୍ୟ ପାଇଁ ଜନସାଧାରଣଙ୍କୁ ଲାଇନ ଲଗାଉଥିବାରୁ ମୁକ୍ତି ମିଳିବ ବୋଲି ଅନୁମାନ କରାଯାଉଛି ।

ଏହା ସହ ମୁଖ୍ୟମନ୍ତ୍ରୀର କହିଛନ୍ତି, ‘ବିପର୍ୟ୍ୟୟ ପରିଚାଳନାରେ ଆମେ ବିଶ୍ୱରେ ନାଁ କମେଇ ପାରିଛୁ । ଚାଷୀ ଆୟ ଦୁଇଗୁଣ କରିବାରେ ଆମେ ଏକମାତ୍ର ରାଜ୍ୟ । କାଳିଆ ଏବେ ଦେଶ ପାଇଁ ମଡେଲ ଯୋଜନା ହୋଇଛି । ଆମ ସ୍ୱାସ୍ଥ୍ୟ ଯୋଜନା ମାଗଣାରେ ଉପଲବ୍ଧ ହେଉଛି । ମ୍ୟାଲେରିଆ ନିରାକରଣରେ ଓଡିଆ ଆଗରେ ରଖିଥିବା ବେଳେ ମହିଳା ସଶକ୍ତିକରଣ, ମିଶନ ଶକ୍ତି ଆମର ଉଦାହରଣ ହୋଇଛି । ଲୋକଙ୍କୁ ୨୪ ଘଣ୍ଟିଆ ଜଳ ଯୋଗାଣ ହେଉଛି । ଜଗା ମିଶନ ଜରିଆରେ ୫୭ ହଜାର ଲୋକ ଉପକୃତ ହେଉଛନ୍ତି ।’

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories