www.samajalive.in
Sunday, December 7, 2025
26.1 C
Bhubaneswar

ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲା : ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ

ନୂଆଦିଲ୍ଲୀ : ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖରେ ଫାଶୀ ଦେବା ପାଇଁ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ସେହିଦିନ ସକାଳ ୬ଟାରେ ଫାଶୀ ଦେବା ପାଇଁ ପଟିଆଲା କୋର୍ଟ ପକ୍ଷରୁ ସୋମବାର ଡେଥ୍ ୱାରେଣ୍ଟ ଜାରି କରାଯାଇଛି। ଏହାକୁ ମିଶାଇ ତୃତୀୟ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି କରାଯାଇଛି।

ଏହି ନୂଆ ଡେଥ୍ ୱାରେଣ୍ଟ ବଳରେ ଦୋଷୀଙ୍କୁ ନିଶ୍ଚୟ ଫାଶୀ ମିଳିବ ବୋଲି ନିର୍ଭୟାଙ୍କ ମାଆ ଆଶା ଦେବୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ମାମଲାର ଶୁଣାଣି ସମୟରେ ଦୋଷୀମାନଙ୍କର ଓକିଲ ଏସ.ପି ସିଂହ ଅଦାଲତଙ୍କୁ ଅବଗତ କରାଇଥିଲେ ଯେ, ବିନୟ ଶର୍ମା ଫେବୃୟାରୀ ୧୧ ତାରିଖଠାରୁ ଜେଲରେ ଆମରଣ ଅନଶନ କରିଛି। ଅନ୍ୟ ପକ୍ଷରେ ମୁକେଶର ମାଆ ଆଜି ନିଜ ପୁଅ ପାଇଁ ନୂଆ ଓକିଲ ନିଯୁକ୍ତ କରିବା ପାଇଁ ଆବେଦନ କରିଥିଲେ। ଯାହା ଅନୁସାରେ ଏବେ ମୁକେଶ ପାଇଁ ରବି କାଜୀ ମାମଲା ପରିଚାଳନା କରିବେ। ସେ ମଧ୍ୟ ପବନର କେଶ ଲଢୁଛନ୍ତି।

- Advertisement -

ଅପରପକ୍ଷରେ ଅକ୍ଷୟ କୁମାର ସିଂହଙ୍କ ଓକିଲ ଏସ.ପି ସିଂହ କହିଛନ୍ତି ସେ ଅକ୍ଷୟ ପାଇଁ ନୂତନ କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବେ।

 

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories