www.samajalive.in
Tuesday, December 9, 2025
15.1 C
Bhubaneswar

ତ୍ୱଚାର ସୁନ୍ଦରତା ପାଇଁ ଚାଉଳ ସହ କରନ୍ତୁ ଏହି ଦ୍ରବ୍ୟର ବ୍ୟବହାର

ତ୍ୱଚାର ସୁନ୍ଦରତା ପାଇଁ ଆମେ ବିଭିନ୍ନ କ୍ରିମ ଓ ଅନ୍ୟାନ୍ୟ ବହୁ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଉ। ବର୍ତ୍ତମାନ ସମୟରେ ଧୂଳି-ମାଟି ଓ ପ୍ରଦୂଷଣ କାରଣରୁ ତ୍ୱଚାର ଚମକ ହ୍ରାସ ପାଇବା ଏକ ମୁଖ୍ୟ ସମସ୍ୟା ପାଲଟିଛି। ଘରୋଇ ଉପାୟରେ ପ୍ରସ୍ତୁତ କେତେକ ଫେସ ପ୍ୟାକକୁ ବ୍ୟବହାର କରି ମୁହଁର ଚମକକୁ ବୃଦ୍ଧି କରିବା ସହ ଉଜ୍ୱଳ ମଧ୍ୟ କରିପାରିବା। ଜାଣନ୍ତୁ ଏ ବିଷୟରେ….
ଚାଉଳ ଗୁଣ୍ଡ, ମହୁ ଓ ଲେମ୍ବୁ –
୩ ରୁ ୪ ଚାମଚ ଚାଉଳକୁ କିଛି ସମୟ ବତୁରାଇ ଏହାକୁ ପେଷି ଦିଅନ୍ତୁ। ଏହାପରେ ଏହି ପେଷ୍ଟରେ କିଛି ମହୁ, ଲେମ୍ବୁ ରସ ମିଶାଇ ଦିଅନ୍ତୁ। ମିଶାଇବା ପରେ ଏହାକୁ ମୁହଁରେ ଲଗାଇ ୩୦ ମିନିଟ ରଖନ୍ତୁ। ୫ ମିନିଟ ମୁହଁକୁ ମାଲିସ କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ପରେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ଚାଉଳ ଗୁଣ୍ଡ ଓ ଦହି –
ଚାଉଳରେ ଭିଟାମିନ ଓ ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ତ୍ୱଚା ପାଇଁ ଖୁବ ଲାଭଦାୟକ। ଚାଉଳକୁ ପେଷି ଏଥିରେ ଅଳ୍ପ ଦହି ଓ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ୩୦ ମିନିଟ ରଖି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ଦାଗ ଦୂର ହେବା ସହ ଉଜ୍ୱଳ ହୋଇଥାଏ।
ଚାଉଳ ଓ କଞ୍ଚା କ୍ଷୀର –
କିଛି ଅରୁଆ ଚାଉଳକୁ ୩ ରୁ ୪ ଘଣ୍ଟା ବତୁରାଇ ଦିଅନ୍ତୁ। ଏବେ ଏହି ଚାଉଳକୁ ଛାଣି ଏଥିରେ କିଛି କଞ୍ଚା କ୍ଷୀର ମିଶାଇ ପେଷି ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୧ ଘଣ୍ଟା ରଖନ୍ତୁ। ଏହାପରେ କିଛି ସମୟ ଧିରେ ଧିରେ ମାଲିସ କରି ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୩ଥର ଏହାକୁ ଲଗାଇଲେ ମୁହଁ ଗୋରା ଓ ସୁନ୍ଦର ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories