www.samajalive.in
Sunday, December 7, 2025
26.1 C
Bhubaneswar

 ନ୍ୟୁଜିଲାଣ୍ଡକୁ ୨୯୭ରନର ଟାର୍ଗେଟ ଦେଲା ଭାରତ

ମାଉଣ୍ଟ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଦିନିକିଆ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ହରାଇ ୨୯୬ ରନ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ ୩ୟ ଦନିକିଆ ଜିତି ସିରିର କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୯୭ରନର ଆବଶ୍ୟକ ରହିଛି।

ନ୍ୟୁଜିଲାଣ୍ଡ ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ ଆରମ୍ଭ କରିବା ପରେ ମାତ୍ର ୮ ରନରେ ପ୍ରଥମ ୱିକେଟ ହରାଇଥିଲା। ପରେ ପରେ ୩୨ ରନରେ ଅଧିନାୟକ ବିରାଟ କୋହଲି ଏବଂ ୬୨ ରନରେ ପୃଥ୍ବୀ ଶ ଆଉଟ ହୋଇଯାଇଥିଲେ। ଏହା ପରେ ଶ୍ରେୟସ ଆୟାର ଏବଂ ରାହୁଲ ୧୦୦ ରନ୍‌ର ଭାଗିଦାରି କରି ଦଳର ସ୍ଥିତିକୁ ସୁଧାରିଥିଲେ। ମାତ୍ର ୩୦.୩ ଓଭରରେ ଶ୍ରେୟସ ଗ୍ରାଣ୍ଡହୋମଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ୬୨ ରନରେ ଆଉଟ୍‌ ହୋଇଯାଇଥିଲେ। ମନୀଷ ପାଣ୍ଡେ( ୪୨) ଏବଂ ରାହୁଲ (୧୧୨)ରନକରି ସ୍ଥିତିକୁ ସୁଦୃଢ କରିଥିଲେ। ହେଲେ ଉଭୟ ୪୬ ଓଭରରେ ବେନେଟଙ୍କ ଶିକାର ହୋଇଥିଲେ। ପରେ ରବୀନ୍ଦ୍ର ଜାଡେଜା ଓ ସାର୍ଦ୍ଦୁଲ ଠାକୁର ପାରିକୁ ସମ୍ଭାଳିଥିଲେ। ସାର୍ଦ୍ଦୁଲ ୪୮ତମ ଓଭରରେ ୭ରନ କରି ଆଉଟ ହୋଇଥିଲେ। ପରେ ନବଦୀପ ସଇନି ଜାଡେଜାଙ୍କ ସହ ମିସି ପାରି ସମ୍ଭାଳିଥିଲେ। ନବଦୀପ ସଇନି(୪ ) ଜାଡେଜା( ୭ )ରନ କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories