www.samajalive.in
Sunday, December 7, 2025
26.1 C
Bhubaneswar

ଲାଲଚୌକ ଗ୍ରେନେଡ୍‍ ଆକ୍ରମଣ ଘଟଣା : ଜୈସ୍‍-ଇ-ମହମ୍ମଦ ସହ ସଂପର୍କ ଥିବା ୩ ଯୁବକ ଗିରଫ

ଶ୍ରୀନଗର : କାଶ୍ମୀର ଉପତ୍ୟକାର ଶ୍ରୀନଗରସ୍ଥିତ ଜନବହୁଳ ଲାଲଚୌକ ଅଞ୍ଚଳରେ ଗତ ରବିବାର ଦିନ ହୋଇଥିବା ଗ୍ରେନେଡ୍‍ ଆକ୍ରମଣ ଘଟଣାରେ ପୁଲିସ୍‍  ତିନି ଜଣଙ୍କୁ ଗିରଫ କରିଛି। ଗତ ୨ ତାରିଖ ଦିନ ହୋଇଥିବା ଏହି ଆକ୍ରମଣରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍‍ ବାହିନୀର ଦୁଇ ଜଣ ଯବାନ ଏବଂ ୪ ଜଣ ନାଗରିକ ଆହତ ହୋଇଥିଲେ। ଶ୍ରୀନଗର ବରିଷ୍ଠ ପୁଲିସ୍‍ ଅଧୀକ୍ଷକ ହାସିବ ମୁଗଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜୈସ୍‍-ଇ-ମହମ୍ମଦ ସନ୍ତ୍ରାସବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ସେହି ତିନିଜଣ ଯୁବକଙ୍କୁ ପୁଲିସ୍‍ ଗିରଫ କରିଛି। ସେମାନଙ୍କ ପରିଚୟ ଜଣା ପଡିଛି। ସେମାନଙ୍କ ମଧ୍ୟରୁ ସକିଲ୍‍ ଅହମ୍ମଦ ବନ୍ଦ, ନବିଦ୍‍-ଉଲ୍‍ ଲତିଫ୍‍ ପାଦ୍ରୁ ପୁଲ୍‍ୱାମା ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ଶାମଶଦ୍‍ ମଞ୍ଜୁର ସୋପିଆଁ ଜିଲ୍ଲାର ବୋଲି ଚିହ୍ନଟ କରାଯାଇଛି। ସକିଲ୍‍ ଅହମ୍ମଦ ବନ୍ଦ୍‍ ପିପୁଲ୍‍ସ୍‍ ଡେମୋକ୍ରାଟିକ୍‍ ଦଳର ପୂର୍ବତନ ନେତା  ତଥା ପୁଲ୍‍ୱାମାରୁ ତିନି ଥର ବିଧାୟକ ହୋଇଥିଲା। ଏବଂ ପିଡିପିରୁ ଇସ୍ତଫା ଦେଇ ଗତବର୍ଷ ନ୍ୟାସନାଲ୍‍ କନ୍‍ଫରେନ୍ସରେ ଯୋଗ ଦେଇଥିବା ମହମ୍ମଦ ଖଲିଲ୍‍ ବନ୍ଦ୍‍ର ଜଣେ ସମ୍ପର୍କୀୟ। ଜିଲ୍ଲା ଏସ୍‍ପି କହିଛନ୍ତି, ଗିରଫ ହୋଇଥିବା ତିନି ଜଣ ଛାତ୍ରଙ୍କର ସୀମାନ୍ତ ଅଞ୍ଚଳରେ ସନ୍ତ୍ରାସବାଦୀମାନଙ୍କ ସହ ସମ୍ପର୍କ ଥିଲା।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories