www.samajalive.in
Tuesday, December 9, 2025
23.1 C
Bhubaneswar

ଆଜି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ

ଭୁବନେଶ୍ୱର :  ଆସନ୍ତାକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପରିଷଦ ଏବଂ ଏକ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନରେ ପୂର୍ବାହ୍ନ ସାଢ଼େ ୧୧ଟାରେ ମନ୍ତ୍ରୀ ପରିଷଦ ଓ ଅପରାହ୍ନ ୧୨ଟା ୧୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ଆଗାମୀ ୨୦୨୦-୨୧ ବର୍ଷର ବଜେଟ ଚିଠା ପ୍ରସ୍ତାବ ଆଗତ ହେବାକୁ ରହିଥିବାବେଳେ ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯିବ। ସେଥିମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ଦୁଇଟି ଓଡ଼ିଶା ସିଭିଲ ସର୍ଭିସ ରୁଲ୍ସର ସଂଶୋଧନ ସହିତ ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ବିଧାନସଭା, ଓଡ଼ିଶା ଖଣି ନିଗମ ଓ ରାଜସ୍ବ ବିଭାଗର କେତେକ ପ୍ରସ୍ତାବ ଆଗତ କରାଯିବାକୁ ରହିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ଆର୍ଥିକ ବର୍ଷ ଲାଗି ସରକାର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ କୋଟି ଟଙ୍କାର ଚିଠା ପ୍ରସ୍ତାବ ଆଣିବାକୁ ରହିଛି। ୨୦୧୯-୨୦ବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧.୩୯ଲକ୍ଷ କୋଟି ଟଙ୍କାର ବଜେଟ ଅଣାଯାଇଥିଲା। ଚଳିତ ବର୍ଷ ଯଦି ୧୦ପ୍ରତିଶତ ଅଧିକ ବଜେଟ ଆଣନ୍ତି ତେବେ ଏହି ସଂଖ୍ୟା ୧.୫୩ଲକ୍ଷ କୋଟିକୁ ଛୁଇଁବ। ଆସନ୍ତାବର୍ଷ ପଞ୍ଚଦଶ ଆର୍ଥିକ କମିସନଙ୍କ ପକ୍ଷରୁ ସେଭଳି ଆଖି ଦୃଶିଆ ଅନୁଦାନ ଓଡ଼ିଶାକୁ ମିଳିବାର ସୂଚନା ନାହିଁ। ରାଜ୍ୟର ରାଜସ୍ବ ୮ପ୍ରତିଶତ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବଜେଟ ପ୍ରାୟ ୧.୫୩ଲକ୍ଷ କୋଟି ରହିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଜଣାଯାଇଛି।

- Advertisement -

ସୂଚନା ଅନୁଯାୟୀ,  ଆସନ୍ତାକାଲିର ରାଜ୍ୟ କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ନିୟମ-୨୦୦୩ ଏବଂ ଓଡ଼ିଶା ସିଭିଲ ସର୍ଭିସ ନିୟମ-୨୦୨୦ରେ କେତେକ ସଂଶୋଧନ ଅଣାଯିବ। ତେବେ ସର୍ଭିସ ରୁଲ୍ସ-୨୦୨୦ରେ ଅନୁକମ୍ପାମୂଳକ ସହାୟତା(ଆରଏ)ସ୍କିମରେ କେତେକ ପରିବର୍ତ୍ତନ ସରକାର ଆଣିବାକୁ ରହିଛି। ଏଣିକି କୌଣସି ସରକାରୀ ଚାକିରିଆ କାର୍ଯ୍ୟରତ ବେଳେ ମୃତ୍ୟୁବରଣ କଲେ ତା’ର ପରିବାରରୁ ଜଣଙ୍କୁ ଆଉ ମନଇଚ୍ଛା ନିଯୁକ୍ତି ଦିଆଯିବ ନାହିଁ। ସଂପୃକ୍ତ ପରିବାରର ଆର୍ଥିକ ଦିଗକୁ ଅନୁଧ୍ୟାନ କଲା ପରେ ଯାଇ ନିଯୁକ୍ତି ଦିଆଯିବ କି ନାହିଁ ତାହା ବିଚାର କରାଯିବ। ଉକ୍ତ ପରିବାର ଯଦି ଆର୍ଥିକ ସ୍ବଚ୍ଛଳ ସୀମାରେଖା ତଳେ ଥିବ ତେବେ ଗ୍ରୁପ-ଡି ବର୍ଗରେ ଚାକିରି କରିବାପାଇଁ ତାଙ୍କ ପତ୍ନୀ ଅଥବା ସ୍ବାମୀଙ୍କୁ ସୁଯୋଗ ମିଳିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ସପ୍ତାହରେ ଏକ ସଂକଳ୍ପନାମା କରାଯାଇଛି।
ସେହିପରି ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଖଣି ନିଗମର କେତେକ ନିୟମରେ ସଂଶୋଧନ ଅଣାଯିବାକୁ ରହିଥିବାବେଳେ ପଞ୍ଚାୟତିରାଜ ବିଭାଗର ୫ଟି ପାଇପ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଟେଣ୍ଡର ନେଇ ସରକାର ନିଷ୍ପତ୍ତି ନେବାକୁ ରହିଛି। ଏହାବାଦ୍ ବିଧାନସଭା ଶୋଷଡ ଅଧିବେଶନ ଏବଂ ରାଜସ୍ବ ବିଭାଗର ସଇରାତ, ଲଘୁ ଖଣିଜ ଦ୍ରବ୍ୟରେ ନିୟମରେ କେତେକ ସଂଶୋଧନ ଅଣାଯିବାକୁ ରହିଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories