www.samajalive.in
Sunday, December 7, 2025
14.1 C
Bhubaneswar

ଛଅ ମାସର ଶିଶୁ ପେଟରୁ ବାହାରିଲା ସାଢେ ତିନି ମାସର ଭ୍ରୂଣ

ପାଟନା: ଛଅ ମାସର ଶିଶୁ ପେଟରୁ ସାଢେ ଦେଢ କିଲୋ ଓଜନର ତିନି ମାସର ଭ୍ରୂଣ ବାହାରିଛି। ବିହାର ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ (ପିଏମସିଏଚ)ର ଶିଶୁ ବିଭାଗର ୧୫ ଜଣିଆ ଡାକ୍ତରୀ ଦଳ ପ୍ରାୟ ଦୁଇ ଘଣ୍ଟା ଅପରେଶନ କରିବା ପରେ ଶିଶୁଟିର ପେଟରୁ ଏହି ଭ୍ରୂଣ ବାହାର କରିଛନ୍ତି। ଡାକ୍ତରଙ୍କ ସୂଚନା ଅନୁଯାୟୀ, ଶିଶୁଟିର ପେଟ ମଧ୍ୟରେ ଭ୍ରୂଣର ପେଟ, ହାଥ ଓ ମୁଣ୍ଡ ବିକଶିତ ହୋଇ ସାରିଥିଲା। କିନ୍ତୁ ହୃଦସ୍ପନ୍ଦନ ଚାଲୁନଥିଲା। ଯଦି ଆଉ କିଛି ଦିନ ଭ୍ରୂଣ ଶିଶୁଟିର ପେଟରେ ରହିଥାନ୍ତା ତେବେ ଶିଶୁଟିର ଜୀବନ ପ୍ରତି ବିପଦ ଥିଲା।

ବକ୍ସର ଜିଲାର ଅରିୟାଭ୍ ଗାଁର ନିବାସୀ ମୋଇନୁଧୀନଙ୍କ ୬ ମାସର ପୁଅ ଇରଫାନ୍ ର ଜନ୍ମ ପରଠାରୁ ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲା। ତାକୁ ଅନେକ ଥର ସରକାରୀ ମେଡିକାଲରେ ଚିକିତ୍ସା କରାଇଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ବାରମ୍ବାର ଶିଶୁଟି ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ପେଟ ଫୁଲୁଥିଲା। ପାଟନାର ପିଏମସିଏଚରେ ଚିକିତ୍ସା କରିବା ପାଇଁ କେହି ତାଙ୍କୁ ପରାମର୍ଶ ଦେଇଥିଲେ। ଜାନୁଆରୀ ୨୦ ତାରିଖରେ ଚିକତ୍ସା ପାଇଁ ପିଏମସିଏଚରେ ଭର୍ତ୍ତି କରିଥିଲେ। ଯାଞ୍ଚ ରିପୋର୍ଟରୁ ଶିଶୁଟିର ପେଟରୁ ଭ୍ରୂଣ ବାହାରିଥିଲା। ଯାହା ଡାକ୍ତରଙ୍କୁ ଚକିତ କରିଥିଲା। ଗତ ବୁଧବାର ଦିନ ଶିଶୁଟିର ସଫଳ ଅପରେଶନ ହୋଇଥିଲା।

- Advertisement -

ଡାକ୍ତରଙ୍କ କହିବା ଅନୁଯାୟୀ, ବେଳେବେଳେ ମହିଳାଙ୍କ ଗର୍ଭଧାରଣ ସମୟରେ ଏଭଳି ହେବାର ସମ୍ଭାବନା ଥାଏ। ଗର୍ଭଧାରଣ ବେଳେ ଗୋଟିଏ ଶିଶୁ ବିକଶିତ ହୋଇଥିବା ବେଳେ ଅନ୍ୟ ଏକ ଶିଶୁ ପ୍ରଥମ ଶିଶୁର ପେଟରେ ରହିଯାଇଥାଏ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories