www.samajalive.in
Sunday, December 7, 2025
26.1 C
Bhubaneswar

ଶାହୀନ ବାଗ ଘଟଣା – ମୁତୟନ ହେଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବଳ

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନକୁ ନେଇ ଗତ ବର୍ଷ ଡିସେମ୍ବର ଠାରୁ କ୍ରମାଗତ ଭାବେ ଦିଲ୍ଲୀର ଶାହୀନ ବାଗ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ଓ ହିଂସାକୁ ଦୃଷ୍ଟିରେ ରଖି ସୋମବାର ସେଠାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବଳ (RAF) ମୁତୟନ କରାଯାଇଛି। ଗତ ଏକ ସପ୍ତାହ ମଧ୍ୟରେ ସେଠାରେ ତିନି ତିନି ଥର ଗୁଳି ଚାଳନା ଭଳି ଘଟଣା ଘଟିବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗତ କାଲି ଜାମିଆ ବିଶ୍ୱବିଦ୍ୟାଳୟର ୫ ନମ୍ବର ପ୍ରବେଶ ଦ୍ୱାରା ନିକଟରେ ରାତି ପ୍ରାୟ ୧୧ଟା ୩୦ମିନିଟ ସମୟରେ ଦୁଇ ଜଣ ସ୍କୁଟିରେ ଆସି ଫାଙ୍କାରେ ଗୁଳି ଚଳାଇବା ପରେ ହୋଲି ଫାମିଲି ହସ୍ପିଟାଲ ଆଡକୁ ପଳାଇ ଯାଇଥିଲେ।

ଇତି ମଧ୍ୟରେ ଦିଲ୍ଲୀ ପୁଲିସ କହିଛି ଯେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବଳ ମୁତୟନ ହେବ ଏକ ରୁଟିନ ଘଟଣା। ଜାମିଆ ନିକଟରେ ଗୁଳି ଚଳେଇ ଥିବା ୨୫ ବର୍ଷୀୟ ଅଜିତକୁ ବନ୍ଧୁକ ଯୋଗାଇ ଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି ଓ ତାକୁ କୋର୍ଟ ଫେବୃଆରୀ ୨୮ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି। ଅଜିତ ଅଲିଗଡ଼ ଜିଲ୍ଲାର ସହଜପୁର ଅଞ୍ଚଳର ଜଣେ ମୁଷ୍ଟିଯୋଦ୍ଧା ବୋଲି ପୁଲିସ କହିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories