www.samajalive.in
Wednesday, December 10, 2025
17.1 C
Bhubaneswar

କ୍ୟାପିଟାଲ ହସପିଟାଲରେ ରୋଗୀଙ୍କ ଖାଦ୍ୟରେ ପୋକ : ୫ଟି ଓ ମୋ ସରକାର ଯୋଜନା ପ୍ରଭାବହୀନ

ଭୁବନେଶ୍ବର : ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା କ୍ୟାପିଟାଲ ହସପିଟାଲ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥର ଚିକିତ୍ସା ଅବହେଳା ନୁହେଁ କି ହସପିଟାଲରେ ଅବ୍ୟବସ୍ଥାକୁ ନେଇ ନୁହେଁ, ବରଂ ଚର୍ଚ୍ଚା ହେଉଛି ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟକୁ ନେଇ। ଜଣେ ରୋଗୀଙ୍କୁ ଦିଆଯାଇଥିବା ଖାଦ୍ୟରେ ପୋକ ବାହାରିବା ଘଟଣାକୁ ନେଇ ଏଠାରେ ୫ଟି ଓ ମୋ ସରକାର ଯୋଜନା ପ୍ରଭାବହୀନ ବୋଲି ଚର୍ଚ୍ଚା ହେଉଛି। ତେବେ ଘଟଣାର ତଦନ୍ତ କରାଯିବ ବୋଲି କ୍ୟାପିଟାଲ ହସପିଟାଲ ଅଧୀକ୍ଷକ ଡ. ନାରାୟଣ ସେଠୀ କହିଛନ୍ତି।

ଘଟଣାରୁ ପ୍ରକାଶ ଯେ, କାକଟପୁର ନୂଆଗଡ ଅଞ୍ଚଳର ଟୁକୁନା ସାହୁ ନିଜ ପତ୍ନୀଙ୍କ ପ୍ରସବ ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ବୁଧବାର ସକାଳେ ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ରୋଗୀଙ୍କୁ ଖାଦ୍ୟ ଦିଆଯାଇଥିଲା। ଟୁକୁନାଙ୍କ ପତ୍ନୀଙ୍କୁ ଦିଆଯାଇଥିବା ଖାଦ୍ୟରେ ଏକ ପୋକ ପଡିଥିବା ଦେଖିବାକୁ ମିଳିଥିଲା। ଏ ନେଇ ଖାଦ୍ୟ ବାଣ୍ଟୁଥିବା କର୍ମଚାରୀଙ୍କୁ ପଚାରିବାରେ ଏ ନେଇ ସେ କିଛି ଜାଣି ନ ଥିବା କହିଥିଲେ। ସେ ଦେଇଥିବା ଖାଦ୍ୟରେ ପୋକ ନ ଥିଲେ, ବରଂ ଦେବାପରେ ସେଥିରେ ପୋକ ପଡିଥିବ ବୋଲି ଯୁକ୍ତି ବାଢିଥିଲେ। ଏହାକୁ ନେଇ ରାୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଖାଦ୍ୟରୁ ପୋକ ବାହାରିବା ଜଣାପଡିବା ପରେ କୌଣସି ରୋଗୀ ଖାଦ୍ୟ ଗ୍ରହଣ କରି ନ ଥିଲେ । ପରେ େରାଗୀଙ୍କ ସମ୍ପର୍କୀୟମାନେ ଅଧୀକ୍ଷକଙ୍କୁ ଦେଖାକରି ଖାଦ୍ୟରୁ ପୋକ ବାହାରିବା ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ରୋଗୀଙ୍କୁ ନିମ୍ନମାନର ଓ ବାସି ଖାଦ୍ୟ ଦିଆଯାଉଥିବା ନେଇ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ। ଏ ନେଇ କ୍ୟାପିଟାଲ ହସପିଟାଲ ଅଧୀକ୍ଷକ ଡ. ନାରାୟଣ ସେଠୀ କହିଛନ୍ତି ଯେ କେଉଁ ପରିସ୍ଥିତିରେ ତଥା କିପରି ରୋଗୀଙ୍କ ଖାଦ୍ୟରୁ ପୋକ ବାହାରିଲା ତାହାର ତଦନ୍ତ କରାଯିବ।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories