www.samajalive.in
Wednesday, December 10, 2025
17.1 C
Bhubaneswar

ହତ୍ୟାପରେ ଟ୍ରେନରେ ଶବ ପାର୍ସଲ ଘଟଣା : ୫ଜଣଙ୍କୁ ଆଜୀବନ କାରାଦଣ୍ଡ

ପୁରୀ : ହତ୍ୟାପରେ ଟ୍ରେନରେ ଶବ ପାର୍ସଲ ଘଟଣାର ଶନିବାର ରାୟ ପ୍ରକାଶ ପାଇଛି। ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ପୂର୍ଣ୍ଣିମା ଜେନା ମୋକଦ୍ଦମାର ବିଚାର କରି ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁର ଗଙ୍ଗା ଭୋଳ, ରାଜୁ ଭୋଳ, ପ୍ରମୋଦ କୁମାର ଭୋଳ, ବୀରହରେକୃଷ୍ଣପୁର ଗ୍ରାମର କୁମୁନି ଭୋଇ, ପୁଟ ଗ୍ରାମର ସନ୍ତୋଷ କୁମାର ପରିଡାଙ୍କୁ ଏଭଳି ଦଣ୍ଡ ଦିଆଯାଇଛି। ଅନ୍ୟଜଣେ ଅଭିଯୁକ୍ତ ସତ୍ୟନାରାୟଣ ସ୍ବାଇଁଙ୍କ ବିରୋଧରେ ମୋକଦ୍ଦମା ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ,  ଗଞ୍ଜାମ ଜିଲା କୋଦଳା ଅଞ୍ଚଳର ସୀମାଚଳ ଗୌଡଙ୍କ ସମେତ ଶଙ୍କର ସାହୁ, ବିଭୂତି ସାହୁ ଏବଂ ଶଙ୍କର ସେଠୀ ୨୦୧୨ ନଭେମ୍ବର ୨୪ ତାରିଖରେ ପୁରୀ ବୁଲିବାକୁ ଆସିଥିଲେ। ସମୁଦ୍ରକୂଳ ନିକଟସ୍ଥ ଏକ ହୋଟେଲରେ ସେମାନେ ଅବସ୍ଥାନ କରୁଥିଲେ। ବାଟଗାଁର ଜଣେ ପରିଚିତ ବ୍ୟକ୍ତିଙ୍କ ସହ ସେମାନେ ଆଳିକିଆ ଗ୍ରାମକୁ ଯାଇଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ଏକ ବୋଲେରୋ ଯୋଗେ ଆଳିକିଆରୁ ଟେକିନେଇ ମାଳତୀପାଟପୁର ନିକଟସ୍ଥ ଇଟାଭାଟିରେ ନିସ୍ତୁକ ମାଡ ମାରିଥିଲେ। ସେଥିରେ ସୀମାଚଳଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା। ଶଙ୍କର ଓ ବିଭୂତି ଗୁରୁତର ଆହତ ହୋଇଥିଲେ। ସୀମାଚଳଙ୍କ ଶବକୁ ପାର୍ସଲ କରି ଅଭିଯୁକ୍ତମାନେ ପୁରୀ-ହାଓଡା ଜଗନ୍ନାଥ ଏକ୍ସପ୍ରେସ୍‌ ଟ୍ରେନର ଏକ ବଗି ଭିତରେ ରଖି ଦେଇଥିଲେ। ରେଳବାଇ ପୁଲିସ ତାହାକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଶବ ଚିହ୍ନଟ ହେବାପରେ ତଦନ୍ତ ଦାୟିତ୍ବ ପୁରୀ ସଦର ଥାନାକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ କରିଥିଲା। ଭାରତୀୟ ଦଣ୍ଡବିଧି ଆଇନର ୧୪୭, ୧୪୮, ୩୬୪, ୩୦୨, ୩୦୭, ୨୦୧, ୧୪୯ ଏବଂ ୩୪ ଦଫାରେ ପୁଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ସେମାନଙ୍କ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ ଦାଖଲ ହୋଇଥିଲା। ମୋକଦ୍ଦମା ପରିଚାଳନା ପାଇଁ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତି ଦେଇଥିଲେ। ୩ଜଣ ଆହତଙ୍କ ସମେତ ୩୮ଜଣ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ପୂର୍ଣ୍ଣିମା ଜେନା ମୋକଦ୍ଦମାର ବିଚାର କରି ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶନିବାର ସେମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିବା ସରକାରୀ ଓକିଲ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ମୃତ ସୀମାଚଳଙ୍କ ସମେତ ୩ ଆହତ ସୁରଟରେ କାର୍ୟ୍ୟ କରୁଥିଲେ। କିଛିଦିନ ପାଇଁ ସେମାନେ ଗାଁକୁ ବୁଲିବାକୁ ଆସିଥିଲେ। ପୁରୀ ଆସିଥିବା ବେଳେ ଏଭଳି ମର୍ମନ୍ତୁଦ ହତ୍ୟାକାଣ୍ଡ ଘଟିଥିଲା। ସୀମାଚଳ ମରିଯିବା ପରେ ଅଭିଯୁକ୍ତମାନେ ତାଙ୍କ ଶବ ପାର୍ସଲ କରି ପୁରୀ-ହାଓଡା ଜଗନ୍ନାଥ ଏକ୍ସପ୍ରେସ୍‌ରେ ରଖି ଦେଇଥିଲେ। ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବାଟଗାଁର ରମେଶ ଚନ୍ଦ୍ର ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିକରି ସଦରଥାନା ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ମୋକଦ୍ଦମା ପରିଚାଳନାରେ ସରକାରୀ ଓକିଲ  ଦାଶଙ୍କୁ ଆଇନଜୀବୀ ରାମଚନ୍ଦ୍ର ସାହୁ ସହଯୋଗ କରୁଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories