www.samajalive.in
Tuesday, December 9, 2025
16.1 C
Bhubaneswar

କତାର୍‍ ଉର୍ଜା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ

ନୂଆଦିଲ୍ଲୀ :  ନୂଆଦିଲ୍ଲୀ ଠାରେ ସୋମବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କତାର୍‍ର ଉର୍ଜା ମନ୍ତ୍ରୀ ଇଆର. ସାଦ୍‍ ଶେରିଦା ଅଲ୍‍-କାବିଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବଢାଇବା ପାଇଁ ସହମତି ପ୍ରକାଶ ପାଇଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ କତାର ଭାରତର ଜଣେ ଭଲ ସହଯୋଗୀ ରାଷ୍ଟ୍ର। ଭାରତ ପାଇଁ କତାର ଦୀର୍ଘକାଳୀନ ଉର୍ଜା ସହଯୋଗୀ ଦେଶ । ଦୁଇ ଦେଶ ମଧ୍ୟରେ ହାଇଡ୍ରୋକାର୍ବନ ମାଧ୍ୟମରେ ଉର୍ଜାର ଚାହିଦାକୁ ଆହୁରି ଅଧିକ ବଢାଯାଇପାରିବ। ଉର୍ଜା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍‍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଏଲ୍‍ଏନ୍‍ଜି କ୍ଷେତ୍ରରେ ଭାରତ ପାଇଁ ଅଧିକ ଭାଗ କତାରରେ ରହିଛି। ଭାରତରେ ଉର୍ଜା ବିଶେଷ ଭାବରେ ଗ୍ୟାସ ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଦେଶର ୭୦ ପ୍ରତିଶତ
ଜନସଂଖ୍ୟାଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ଗ୍ୟାସ ଆଧାରିତ ଅର୍ଥନୀତି ହେବା ଦିଗରେ ଦ୍ରୁତ ଅଗ୍ରସର ହେଉଛି । ଦେଶର ଗ୍ୟାସ ଭିତିଭୂମିକୁ ସଜାଡିବାରେ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ବୈଠକରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବା ସହ ଏହି ସମ୍ପନ୍ଧୀୟ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories